ଭାରତୀୟ ମାନକ ବ୍ୟୁର (BIS) ଆନୁକୂଲ୍ୟରେରେ ଜିଲ୍ଲା ସ୍ତରୀୟ ଅଧିକାରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା (୧୨/୦୨) :  ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଭୁବନେଶ୍ୱର ମାନଙ୍କ ବ୍ୟୁର ଶାଖା ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ରେ ଆଜି ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ସରକାରୀ ଅଧିକାରୀ ମାନଙ୍କ ପାଇଁ ଉତ୍ପାଦ/ପଦାର୍ଥର ମାନକ ସମ୍ଭନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ତଥା ଉପଖଣ୍ଡ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।
ପ୍ରାରମ୍ଭରେ ବୈଧ ମାପ ବିଜ୍ଞାନ ମୟୁରଭଞ୍ଜର ଉପ ନିୟନ୍ତ୍ରକ ଶ୍ରୀ ରବୀନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ସଚେତନତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରତିପାଦନ କରିଥିଲେ ଏବଂ ସରକାରୀ ଅଧିକାରୀମାନଙ୍କୁ ଏବିଷୟ ରେ ସଚେତନ କରବାର ଉଦେଶ୍ୟ ହେଉଛି, ବିଶେଷ କରି ଦେଶର ପ୍ରଗତି କ୍ଷେତ୍ରରେ ତଥା ଜନସାଧାରଣ ଙ୍କ ଉନ୍ନତି ନିମିତ୍ତ ସରକାରଙ୍କ ଦ୍ୱାରା ଯେଉଁ ସବୁ ଜନକଲ୍ୟାଣକାରୀ ଯୋଜନା   ଗୁଡିକ କାର୍ଯ୍ୟକାରୀ ହେଉଛି ଯାହାକି  ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସମ୍ପାଦିତ ହେଉଛି, କାର୍ଯ୍ୟ ସମ୍ପାଦନ ସମୟରେ ଅଧିକାରୀମାନେ ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର ହେଉଥିବା ପଦାର୍ଥ ଗୁଡିକର ମାନକ ସୂଚୀତ କରି କଂଟ୍ରାକଟର ଅବା ଆବେଦନକାରୀଙ୍କ ଦ୍ୱାରା କାର୍ଯ୍ୟ କରାଇବେ।
ଏହାପରେ ଭୁବନେଶ୍ୱର ବିଆଇଏସ ଶାଖାରୁ ଆସିଥବା ବୈଜ୍ଞାନିକ ତଥା ନିର୍ଦେଶକ ଶ୍ରୀ ଦୀପକ ପାତ୍ର power point ଜରିଆରେ ପଦାର୍ଥ ର ମାନକ ସମ୍ଭନ୍ଧରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ଆଲୋଚନା ପ୍ରସଙ୍ଗ ରେ ସେ କହିଥିଲେ କି ପଦାର୍ଥ ର ମାନକ ଜାଣିବା କେବଳ ସାଧାରଣ ଖାଉଟି ଠାରେ ସୀମିତ ହୋଇ ରହି ନାହିଁ ଏହାର ପରିସୀମା ବ୍ୟାପକ ଏବଂ ବିଭିନ୍ନ କ୍ଷେତ୍ର ରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ପଦାର୍ଥ ର ମାନ ଓ ଶୁଦ୍ଧତା ଜାଣିବା ପାଇଁ କୋଡ଼ ରହିଛି ଯାହାକି www.bis.gov.in ବା bis care aap ଜରିଆରେ ଅନୁସନ୍ଧାନ କରି ଜାଣିହେବ। ତେଣୁ ସରକାରୀ ଅଧିକାରୀ ମାନେ ଯେତେବେଳେ କୌଣସି  ପ୍ରକଳ୍ପ କାର୍ଯ୍ୟ ଯଥା ନିର୍ମାଣ କାର୍ଯ୍ୟ,ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଚିକିତ୍ସା ପାଇଁ ଚିକିତ୍ସା ଉପକରଣ ଯୋଗାଣ, ଶିକ୍ଷା କ୍ଷେତରେ ଶିକ୍ଷା ଉପକରଣ ଯୋଗାଣ ଇତ୍ୟାଦି ବିଭିନ୍ନ ପ୍ରକାର କାଯ୍ୟ କରାଇବାକୁ ଯିବେ, ସେତେବେଳେ ଟେଣ୍ଡର ଆହ୍ୱାନ ସମୟରେ ହିଁ କାର୍ଯ୍ୟର ଡିଜାଇନ ମାନ,କାର୍ଯ୍ୟରେ ବ୍ୟବହୃତ ହେବାକୁଥିବା ଅନ୍ୟାନ୍ୟ ପ୍ରତ୍ୟେକ ସାମଗ୍ରୀର ମାନ କୋଡ଼ ସହିତ ସୂଚୀତ କରି ଟେଣ୍ଡର ଆହ୍ୱାନ କରିବେ ଯଦ୍ୱାରା ଭବିଷ୍ୟତରେ ଯଦି ଏହି କାର୍ଯ୍ୟଜନିତ ଅସୁବିଧା ବା ଅଘଟଣ ଘଟେ ତେବେ ତଦନ୍ତ ସମୟରେ ଟେଣ୍ଡର ଅନୁଯାୟୀ କଂଟ୍ରାକଟର ସେହି ମାନର ସାମଗ୍ରୀ ବ୍ୟବହାର କରିଥିଲେ କି ନାହିଁ ସତ୍ୟାସତ୍ୟ ଜଣାପଡିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଆଇଏସ ହେଉଛି ମାନ ନିର୍ଧାରଣ ର ବିଶ୍ୱସନୀୟ ସଂନ୍ଥା ଏବଂ ବିଭିନ୍ନ କ୍ଷେତ୍ର ପାଇଁ ଏହାର ବିଭିନ୍ନ ପ୍ରମାଣ ପତ୍ର ଯଥା ଆଇଏସଆଇ, ଏଫଏସଏସଆଇ ଇତ୍ୟାଦି ସହ ବିଭିନ୍ନ ସିମ୍ବଲ ଓ ହୋଲମାର୍କ ରହିଛି।
ତେଣୁ ଆମେ ଆମ ନିଜ ବ୍ୟକ୍ତିଗତ ଜୀବନ ରେ ହେଉ ବା ଆମ କାର୍ଯ୍ୟକ୍ଷେତ୍ର ରେ ହେଉ ପଦାର୍ଥ ର ଶୁଦ୍ଧତା ଓ ମାନ ଜାଣିବା ନିତ୍ୟାନ୍ତ ଜରୁରୀ ଅଟେ।
ପରିଶେଷରେ ଉପନିୟନ୍ତ୍ରକ ଶ୍ରୀ ମହାପାତ୍ର ସମସ୍ଥଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ସମୟରେ ଏହି କାଯ୍ୟକ୍ରମ ଗ୍ରାମପଂଚାୟତ ସ୍ତରରେ କରାଯାଇ ସେଚେତନତା କୁ ବ୍ୟାପକ କରାଯିବ ବୋଲି ସୂଚାଇଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ବିଆଇଏସ ଶାଖାର ପରାମର୍ଶଦାତା ସଂଜୀବ ନାୟକ ଯୋଗ ଦେଇଥିବା ବେଳେ ମୟୁରଭଞ୍ଜ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ର କର୍ମଚାରୀ ଓ ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।