Subhadra

ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହାକୁ ମିଶାଇ ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି । ଏହା ସତ୍ତ୍ବେ ଏବେ ସୁଦ୍ଧା ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି ।

ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ, ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି ଅଥଚ ଟଙ୍କା ପାଇନାହାନ୍ତି ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁନି । ବ୍ୟାଙ୍କକୁ ଯାଇ ଡିବିଟି କରାନ୍ତୁ । ଏହାପରେ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ ।

ଯଦି ଡିବିଟି ନାହିଁ ତେବେ ବ୍ୟାଙ୍କ କୁ ଯାଇ ଏନାବୁଲ୍‌ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡ଼ା । କେଉଁ କେଉଁ ମାନଙ୍କର ରିଜେକ୍ଟ ହୋଇଯାଇଛି ତାର ତାଲିକା ‘ଅଙ୍ଗନବାଡ଼ି କେନ୍ଦ୍ର ଓ ବ୍ଲକରେ ଅଛି । ଏହି ସ୍ଥାନକୁ ଯାଇ ଚେକିଂ କରନ୍ତୁ । ଯୋଗ୍ୟ ହୋଇଥିଲେ ପୁଣିଥରେ ଆବେଦନ କରନ୍ତୁ । ଏହା କଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଆଉ ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା ।