Img 20250210 Wa0116

୨୬ ତମ ଇଉଫୋରିଆ-୨୫ ଉଦଯାପିତ

State

ବାରିପଦା: ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା କୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୬ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି।ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୨୫ ବିଗତ 4 ଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସଭାପତି ତାପସ ପାଢ଼ୀ ଙ୍କ ତତ୍ୱାଅବଧାନ ରେ ସଂପର୍ଣ୍ଣ ହୋଇଯାଇଅଛି । ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟା ରେ ଓଡ଼ିଆ ସିଙ୍ଗର ସୌରଭ ଭରଦ୍ୱାଜ ସମସ୍ତଙ୍କୁ ସଂଗୀତ ରେ ବାନ୍ଧି ରଖିଥିଲେ ତାଙ୍କ ସହିତ ଇଣ୍ଟରନେସନାଲ ୟୁଟୁବର ଲବ ହାଁସଦା ଙ୍କୁ ଦେଖିବା ପାଇଁ ଯୁବ ପିଢୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବା ପାଇଁ ମିଳିଥିଲା ବୋଲି ସମ୍ପାଦକ ସତ୍ୟସ୍ୱରୂପ ଦାସ ଜଣାଇଛନ୍ତି l ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବ ରେ ୧୭ଟି ଏକକ ଓ ୭ ଟି ଦଳଗତ ପ୍ରତିଯୋଗିତା ହେବା ସହିତ ମିଷ୍ଟର ଓ ମିସ ଇଉଫୋରିଆ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯଇଥିଲା ବୋଲି ଅଧକ୍ଷ ଅସିତ କୁମାର ଗିରି ଜଣାଇଛନ୍ତି । ଉପସଭାପତି ଶିବନାରାୟଣ ମିଶ୍ର,ଅଂକୁର ଖୁରାନା ଙ୍କ ସହିତ ମିସ ଖୁସି କୁମାର ମଞ୍ଚ ପରିଚାଳନା କରୁଥିଲେ ବୋଲି ସଂସ୍କୃତିକ ସମ୍ପାଦକ ରାକେଶ ବେହେରା ଜଣାଇଛନ୍ତି । ଅତିଥି ଭାବେ ମୁନସିପାଲଟି ଅଧକ୍ଷ କୃଷ୍ଣାନନ୍ଦ ମହାନ୍ତି, ଓଡ଼ିଆ ଫିଲ୍ମ ନିର୍ଦେଶକ ଗଦାଧର ପୁଟି, ସଂଜୀବ ଦିବେଦୀ, ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁ୍ଭେନ୍ଦୁ ସାହୁ, ଉମେଶ ପଟନାୟକ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ବାରିପଦା,ରାଇରଙ୍ଗପୁର, ଝାରପୋଖରୀଆ, ଖୁଣ୍ଟା,କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଓଡିଶା ର ବହୁ କଲେଜ ପ୍ରତିଯଗି ମାନେ ଅଂଶ ଗ୍ରହଣ କରିଥିଲେ l ବାରିପଦା ର ନମ୍ବର ୱାନ ଡାନ୍ସ ଗ୍ରୁପ, ଇନସପାଆର ଡାନ୍ସ ଷ୍ଟୁଡିଅ, ଆର. ଏନ ଡାନ୍ସ ଗ୍ରୁପ, ଡ୍ରପ ବିଟସ ଡାନ୍ସ ଷ୍ଟୁଡିଅ, ଅନଲୀ ୱାନ ଡାନ୍ସ ଷ୍ଟୁଡିଅ ମଞ୍ଚ ରେ ନୁର୍ତ୍ୟ ର କଳା ପରିବେଶଣ କରିଥିଲେ l ମିଷ୍ଟର ଇଉଫୋରଆ ଭାବେ ରେଭେନସା ୟୁନିଭେର୍ସିଟି ର ଶିବ ଶଙ୍କର ଦାସ ଏବଂ ମିସ ଇ ଉଫୋରିଆ ଭାବେ ସତ୍ୟସାଇ ବିଦ୍ୟା ବିହାର ର ସୁଲଗ୍ନା ଦାସ ବିବେଚିତ ହୋଇଛନ୍ତି l ଡିଶୀପ୍ଲିନ ଟିମ ରାଇରଙ୍ଗପୁର କଲେଜ କୁ ମିଳିଥିବା ବେଳେ ଚାମ୍ପିୟନ ଟିମ ହେଇଛନ୍ତି ରେଭେନସା ୟୁନିଭେର୍ସିଟି l କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲେଇ ଥିଲେ ସୁଶାନ୍ତ ଆଚାର୍ଯ୍ୟ, ଅନମୋଲ ଯଶି, ଲିଜ଼ାରାଣୀ ସାହୁ, ବିଭାସ ଦାସ, ମହେଶ କୁମାର ସାହୁ, ଧନଞ୍ଜୟ ସାହୁ, ଦେବବ୍ରତ ଦେ, ଅଂଶୁମାନ ରଥ, ଆୟୁଷ ପ୍ରିୟଦର୍ଶ ପ୍ରମୁଖ ସହଯୋଗ କରିଥିଲେ ବୋଲି ଉପସଭାପତି ପଙ୍କଜ ସାହୁ ଜଣାଇଛନ୍ତି l