Rthnrdxlqquu4owayevj

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

State

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ ବିହାରୀ ବଡକୁମାର । ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ କରିଥିଲେ ।

ସୁଚନା ମୁତାବକ, ମୃତ ନବବଧୁ ରଶ୍ମୀଙ୍କ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡିଛି । ୩ ଜୁଲାଇ ୨୦୨୪ ତାରିଖରେରେ କୁଞ୍ଜ ବିହାରୀ ବଡକୁମାର ତାଙ୍କ ଝିଅ ରଶ୍ମୀକୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶତର ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝିଙ୍କୁ ବିବାହ କରାଇଥିଲେ । ରଶ୍ମୀ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ଜଣାପଡିଛି ।

ଝିଅ କୁ ବିବାହ ଦେବା ପରଠୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆାଯାଉଥିବବା ନେଇ ମୃତକ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି । ମୃତ ନବବଧୂର ମୃତଦେହ ବ୍ୟବଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ଘଟଣା ଜାଗାରେ ରାୟଗଡା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ୱସ୍ତିକ ପଣ୍ଡା ପହଁଚି ଘଟଣାର ତଦନ୍ତ କରୁଛନ୍ତି ।