ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ ନେଇପାରିବେ। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କୁ ଟିପ୍ସ ଦେଇଛନ୍ତି ପିଏମ୍ ମୋଦୀ। ପିଲାଙ୍କୁ ଅଧିକ ଚାପ ନ ଦେବାକୁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପିଲାର ଟାଲେଣ୍ଟ ଦେଖି ସେହି ଆଧାରରେ ବଢିବାକୁ ସହଯୋଗ କରନ୍ତୁ। ପରୀକ୍ଷା ଜୀବନରେ ସବୁ କିଛି , ତାହା ଭାବିବା ଭୁଲ୍ । ଲେଖିବାର ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନି। ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରିବା ଉଚିତ୍ । ଏବଂ ଟାଇମ୍ ମ୍ୟାନେଜମେଣ୍ଟ କରିବା ଶିଖିବା ଦରକାର। ଅଧିକ ନ ଭାବି ବର୍ତ୍ତମାନ ସମୟରେ ଧ୍ୟାନ ଦେଲେ ସଫଳତା ନିଶ୍ଚୟ ମିଳିବ। ତେବେ ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ , ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରମ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନଓ ଭୂମି ପେଡନେକର ପ୍ରମୁଖ ଯୋଗଦେଇଛନ୍ତି।
