Img 20250209 Wa0176

ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା, ମାଆ ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚ୍ଚନା କଲେ ଆମେ ମୟୂରଭଞ୍ଜିଆ

State

ବାରିପଦା: ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ରବିବାର ପୂର୍ବାହ୍ନ ଦଶଘଟିକା ସମୟରେ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକାଙ୍କ ମନ୍ଦିରରେ ଓଡ଼ିଆ ସିନେଜଗତର ସୁପରଷ୍ଟାର ତଥା ମୟୂରଭଞ୍ଜ ମାଟିର ସୁପୁତ୍ର ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ପୂର୍ବକ ସମୂହ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରାର୍ଥନା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ଆମେ ମୟୂରଭଂଜିଆ ର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନରେ ଏହି ପ୍ରାର୍ଥନା ସଭାରେ ନାଟ୍ୟକାର ଅନ୍ନଦା ଶଙ୍କର ଦାଶ, ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ, ସରୋଜ ସାହୁ, କବି ବିଷ୍ଣୁ ଶତପଥି, ସାଇ ପ୍ରକାଶ ମହାନ୍ତି, ଶିକ୍ଷାବିତ ଅମିତାଭ ମିଶ୍ର, ପ୍ରଫେସର ସରୋଜ ନାୟକ, ମନୋଜ ଦାଶ, ପ୍ରଦୀପ କୁମାର କର, ଅଚ୍ୟୁତ ପ୍ରାସାଦ ମହାପାତ୍ର, କମଳଲୋଚନ ମହାକୁଡ଼, ଅଭିଷେକ ଯାଦଭ, ଦୀପକ ପାଣିଗ୍ରାହୀ, ଆଇନ ଜୀଵୀ ସୁଜାତା ମିଶ୍ର, ଆକାଶବାଣୀର ଉଦଘୋଷିକା ରେଣୁଵାଳା ରଥ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ପୁଷ୍ପା ପାତ୍ର, ଶିକ୍ଷାବିତ ପ୍ରଭାତ ମଞ୍ଜରୀ ଦାସ ଶର୍ମା, ଭଗବତୀ ଦାଶ ,ରଜନୀ ବାରିକ, ବାସନ୍ତୀ ଲତା ମହାପାତ୍ର, ସାଇସୁନୟନା ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଉତ୍ତମ ମହାନ୍ତି ଙ୍କ ସୁଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l
ଉତ୍ତମ ଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସମଗ୍ର ଜିଲ୍ଲା, ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ମା, ଭାଇ, ଭଉଣୀଙ୍କୁ ବିଭିନ୍ନ ଦେବାଦେବୀ ପୀଠରେ ପୂଜା ଅର୍ଚ୍ଚନା କରିବାକୁ ନିବେଦନ କରାଯାଇଛି l