Image 20 1 750x430

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଆଁ

State

ଜଗତସିଂହପୁର: ଜଗତସିଂହପୁର ସହର ଦୁର୍ଗା ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଆଜି ସକାଳୁ ବ୍ୟାଙ୍କର ସଟର ବାଟଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହା ପରେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସଟର ଭାଙ୍ଗିବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲାଗି ବ୍ୟାଙ୍କର ଆସବାବ ପତ୍ର, ଏସି , କମ୍ପ୍ୟୁଟର ଆଦି ପୋଡି ନଷ୍ଟ ହୋଇଯାଇଛି। ସେପଟେ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବା କହିଛନ୍ତି ବ୍ଯାଙ୍କ ମ୍ୟାନେଜର ।

ସୂଚନା ଅନୁଯାୟୀ, ଜଗତସିଂହପୁର ଦୂର୍ଗା ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସଟର ପଟୁ ଆଜି ସକାଳେ ଧୂଆଁ ବାହାରୁ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ଏହା ଦେଖିବା ପରେ ସେମାନେ ସ୍ଥାନୀୟ ଜଗତସିଂହପୁର ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ସଟର କାଟି ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଘଟଣ ସର୍ଟ ସର୍କିଟ କାରଣରୁ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗି ବ୍ୟାଙ୍କର ଆସବାବ ପତ୍ର, ଏସି , କମ୍ପ୍ୟୁଟର ଆଦି ପୋଡି ନଷ୍ଟ ହୋଇଯାଇଛି। ସେପଟେ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବା କହିଛନ୍ତି ବ୍ଯାଙ୍କ ମ୍ୟାନେଜର । ଅନ୍ୟପଟେ ସମସ୍ତ କାଗଜପତ୍ର ସୁରକ୍ଷିତ ଥିବା ସୂଚନା ମିଳିଛି।