ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ । ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ । ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସବୁ ଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ଦୋକାନ ଖୋଲିବାକୁ ଯାଇଥିଲେ କମଳା । ଦୋକାନ ଖୋଲି ଦୋକାନ ପୂଜା କରିବା ସହ ଠାକୁରଙ୍କ ପାଖରେ ଧୂପ ଲଗାଇଥିଲେ କମଳା । କିନ୍ତୁ ଦୁର୍ଭାଗ୍ୟ ବସତଃ ଧୁପ ଦେଇଥିବା ସ୍ଥାନ ପାଖରେ ପାଖରେ ବିକ୍ରି କରିବାକୁ ରଖାଯାଇଥିବା ପେଟ୍ରୋଲରେ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ନିଆଁ ଜୋରରେ ଲାଗିବାରୁ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରଥିଲେ । ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା । ଏହାପରେ ଦୋକାନ ଭିତରୁ ଦୋକାନୀ ମାଲିକାଣିଙ୍କ କମଳା ସାହୁଙ୍କ ଦଗ୍ଧ ଦେହ ଉଦ୍ଧାର କରାଯାଇଥିଲ। କମଳା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କମଳାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।