ଭୁବନେଶ୍ବର: ବଦଳିବ ମୋ ବସ ନାମ । ମୋ ବସ ବଦଳରେ ହେବ ‘ଆମ ବସ’ । ଭୁବନେଶ୍ବର ସମେତ କଟକ, ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ବଦଳିବ । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । କାରଣ ‘ମୋ ବସ୍’ ଏକ ଅହଂକାର ଶବ୍ଦ କୁ ବୁଝାଉଛି, ତେଣୁ ଏହାକୁ ‘ଆମ ବସ୍’ କରାଯିବ । ଏହା ସହ ଦୁର୍ଘଟଣା ରୋକିବା ପାଇଁଁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ। ଗତ କିଛି ଦିନ ହେବ ଲଗାତାର ମୋ ବସ୍ ଦୁର୍ଘଟଣା ହେଉଥିବା ଖବର ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।
