De

ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ପିନ୍ଧିଛନ୍ତି ସ୍କୁଲ ୟୁନିଫର୍ମ

State

କାଲିମେଳା : ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ସ୍କୁଲ ବ୍ୟାଗ, ଚପଲ, ଏଣେ ତେଣେ ପଡିରହିଛି  । ଘଟଣାସ୍ଥଳରେ ମୋଟୁ ଥାନା ପୋଲିସ ମୁତୟନ ହୋଇଛନ୍ତି । କୋରାପୁଟରୁ ସାଇଣ୍ଟିପିକ ଟିମ ଆସି ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ମୋଟୁ ଥାନା ଅଧିକାରୀ ।