Accident 3 1

ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଲା ମାମୁ -ଭଣଜାଙ୍କ ଜୀବନ

State

କଟକ : ଦୁର୍ଘଟଣା ନେଲା ମାମୁ -ଭଣଜାଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାଇ ଭଉଣୀ ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ମାମୁ -ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଭାଇ ଓ ପାଞ୍ଚ ବର୍ଷର ପୁଅ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।