Accident 750x430

ମହାକୁମ୍ଭ ଯାଉଥିବା କାରକୁ ଧକ୍କା ଦେଲା ବସ, ୮ ଯାତ୍ରୀ ମୃତ

National & International

ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସଟି ଯାଉଥିବାବେଳେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ୮ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକମାନେ ଭିଲଓ୍ବାରା ଜିଲାର ବାସିନ୍ଦା। ସମସ୍ତେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭକୁ ଯାଉଥିଲେ।