Img 20250206 Wa0198

୨୬ ତମ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୫ ଉଦଘାଟିତ

State

ବାରିପଦା: ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା କୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୬ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି।ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଉଫୋରିଆ-୨୦୨୫ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଅଧ୍ୟକ୍ଷ ଅସିତ କୁମାର ଗିରି ଙ୍କ ପୌରହିତ୍ୟି ରେ ଉଦଘାଟିତ ହୋଇଛି।ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ବିଭୁ ପ୍ରସାଦ ଦାସ, ଶାନ୍ତନୁ କୁମାର ସିଂହ, ସୁତନୁ ରୁପ, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ର ୨୨ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରୁ ୨୩୭ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ସମ୍ପାଦକ ସତ୍ୟ ସ୍ବରୂପ ଦାଶ ପ୍ରକାଶ କରିଛନ୍ତି। ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବ ରେ ୧୭ଟି ଏକକ ଓ ୭ ଟି ଦଳଗତ ପ୍ରତିଯୋଗିତା ହେବା ସହ ମିଷ୍ଟର ଓ ମିସ ଉଫୋରିଆ ପ୍ରତିଯୋଗିତା ହେବା ର ସ୍ଥିର ହୋଇଛି ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ କୁମାର ବେହେରା ଜଣାଇଛନ୍ତି। ଉପସଭାପତି ଅଂକୁର ଖୁରାନା ଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ସଭାପତି ତାପସ ପାଢ଼ୀ ଙ୍କ ତତ୍ୱାବଧାନ ରେ ଚାଲୁ ରହିଅଛି l ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଶିବ ନାରାୟଣ ମିଶ୍ର, ମହେଶ ସାହୁ, ଜୟସ ପାତ୍ର, ଧନଜୟ ସାହୁ, ଲିଜାରାଣୀ ସାହୁ ପ୍ରମୁଖ ଉଦଘାଟନୀ ଉତ୍ସବ ରେ ଉପସ୍ଥିତ ଥିଲେ l