ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ଖେଳରେ ଡି ଆର କେ (ଏ) ମୟୁରଭଞ୍ଜ (ଏ) କୁ ୧୯୭ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ଏ ) ୩୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୩୧୬ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ମହାନ୍ତ ୧୦୨ ରନ ଓ ଅବିନାଶ ଖଣ୍ଡେଲୱାଲ ୬୭ ରନ କରିଥିଵା ବେଳେ ବିପକ୍ଷ ଦଳର ଦିବ୍ୟ ରଞ୍ଜନ ସାହୁ ୫ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ (ଏ ) ୩୫ ଓଭରରେ ୮ ଉଇକେଟ ହରାଇ ୧୧୯ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଦେବାଶିଷ ପାଇକରାୟ ୨୫ ରନ କରିଥିବାବେଳେ ବିପକ୍ଷ ଦଳର ମୋହିତ କଂକରିଆ ୩ ଟି ଉଇକେଟ ଅକ୍ତିଆର କରିଥିଲେ I ସୌମ୍ୟ ରଞ୍ଜନ ମହାନ୍ତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସମାଜସେବୀ ଉମେଶ ସାହୁ ତଥା କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ ଗ୍ରୀନ ଓ ମୟୁରଭଞ୍ଜ (ଏ ) ମଧ୍ୟରେ ଖେଳ ହେବ I
