Img 20250205 Wa0171

ଶ୍ରୀରାମଚନ୍ଦ୍ରପୁର ଉର୍ଦୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

State

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୬ ୱାର୍ଡ ସ୍ଥିତ ଶ୍ରୀରାମ ଚନ୍ଦ୍ର ପୁର ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାନନମୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ସ୍ଥାନୀୟ କାଉନସିଲର ଦୀପ୍ତିରାଣୀ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ଡଃ ସ୍ନେହଲତା ବେହେରା ଓ ବ୍ରଜମୋହନ ମୁର୍ମୁ ତଥା ସି ଆର ସି ସି ଧନଞ୍ଜୟ ସାହୁ, ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ବାଙ୍କିଶୋଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ନାୟକ, ଶିକ୍ଷକ ନେତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ନୁଆସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଦେ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ରୁକସାର ବିବି ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଵା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I ଶିକ୍ଷୟତ୍ରୀ ମଞ୍ଜୁବାଳା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଜିନାନାତୁନ ବିବି ଓ ସାବେରୁନ ଖାତୁନ ସହାୟତା ପ୍ରଦାନ କରିଥିଲେ I