Wsw

ଜାତୀୟ କ୍ରୀଡା ମହାକୁମ୍ଭ (Athletics)ସଂଚାଳନ ଦାୟିତ୍ୱ ସମ୍ପାଦନ ପାଇଁ ଓଡିଶାରୁ ମୟୁରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ବୈଷୟିକ ଅଧିକାରୀ ଭାବେ ମନୋନୀତ

State

ବାରିପଦା : ଉତ୍ତରାଖଣ୍ଡ ରେ ଚଳିତ ମାସ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଭାରତର ସମ୍ମାନଜନକ ୩୮ତମ ଜାତୀୟ କ୍ରୀଡା ମହାକୁମ୍ଭ (Athletics)ରେ ସଂଚାଳନ ଦାୟିତ୍ୱ ସମ୍ପାଦନ ପାଇଁ ଓଡିଶା ଦୌଡ଼କୁଦ ସଂଗଠନ(Odisha Athletic Associaton ) ତରଫରୁ ମନୋନୀତ ୩ଜଣ ବୈଷୟିକ ଅଧିକାରୀ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ବରିଷ୍ଠ କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ମନୋନୀତ ହୋଇଛନ୍ତି।

ଅନ୍ୟ ଦୁଇ ଜଣ ମନୋନୀତ ସଦସ୍ୟଙ୍କ ମଧ୍ୟରେ ଆନ୍ତର୍ଜାତୀୟ ବୈଷୟିକ ଅଧିକାରୀ ଶ୍ରୀ ପ୍ରବୋଧ ମହାନ୍ତି ଏବଂ ରାୟଗଡା ସେନଚୁରିଆନ ବିଶ୍ୱବିଦ୍ୟାଳୟ ର ପି.ଇ.ଓ ସାହିଦ ଜମିଲ ରିଜଭି ଅନ୍ୟତମ।