Img 20250203 Wa0172

ବିଦ୍ୟୁତ ସେବାରେ ସୁଧାର ନଆସିଲେ ହେବ ଜିଲ୍ଲା ତମାମ ଆନ୍ଦୋଳନ : ଭଞ୍ଜସେନା

State

ବାରିପଦା : ଟାଟା ପାୱାର ର ବେପରୁଆ ବିଜୁଳି ସେବା,ସ୍ମାର୍ଟ୍ ମିଟର, ଅହେତୁକ ବିଜୁଳି ବିଲ୍, ଲୋ ଭୋଲ୍ଟେଜ୍, ୩୦୦ୟୁନିଟ ମାଗଣା ବିଜୁଳି ଭଳି ପ୍ରସଙ୍ଗ କୁ ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି । ଏଥି ସହିତ ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ମଧ୍ୟ ଦାବିପତ୍ରର ନକଲ ପ୍ରଦାନ କରାଯାଇଅଛି । ଉକ୍ତ ଦାବୀଗୁଡିକ ହେଲା 1/ସ୍ମାର୍ଟ ମିଟର ବସାଇବା ବାହାନାରେ ଗ୍ରାହକଙ୍କୁ ଶୋଷଣ କରୁଛି ଟାଟା ପାୱାର |ଭଲ ମିଟରକୁ ଖରାପ ଓ ଟେମ୍ପରିଙ୍ଗ ଦର୍ଶାଇ ଜୋର ଜବରଦସ୍ତି ମୋଟା ଅଙ୍କର ଜୋରିମାନା ଆଦାୟ କରି ସ୍ମାର୍ଟ ମିଟର ଲଗାଉଛି |ନୂଆ ସ୍ମାର୍ଟ ମିଟର ବସାଇବା ପରେ ଅଯଥାରେ ମିଟର ରେଣ୍ଟ ଲଗାଉଛି, ଯାହାକି ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ | ଏହାକୁ ନେଇ ଜିଲ୍ଲାରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳୁଛି | ତେଣୁ ପ୍ରି -ପେଡ ସ୍ମାର୍ଟ ମିଟର ଲଗାଇବା ସଂମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ | ଯାହାକି ରାଜଧାନୀ ଭୁବନେଶ୍ୱର ରେ ଲାଗୁହୋଇଯାଇଛି |

2/ଟାଟା ପାୱାର ଦ୍ୱାରା ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ତୁରନ୍ତ ବାତିଲ କରାଯାଉ ଏବଂ ତା ସହିତ ଗ୍ରୀଷ୍ମ ରୁତୁ ପୂର୍ବରୁ “ଲୋ ଭଲଟେଜ” ଓ “ଅଘୋଷିତ ବିଦ୍ୟୁତ କାଟ” ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ |

3/ଆବଶ୍ୟକ ସ୍ଥଳରେ ଘରୋଇ ଉପଭୋକ୍ତାଙ୍କ ମିଟର ସ୍ଥାନ ପରିବର୍ତ୍ତନ ଓ ସର୍ଭିସଲାଇନ ତାର ପରିବର୍ତନ କୁ ପୂର୍ବଭଳି ଦେୟମୁକ୍ତ କରାଯାଉ |

4/ଘରୋଇ ଉପୋଭୋକ୍ତାଙ୍କ ପାଇଁ “ଟାଇମ ଅଫ ଡେ ତାରିଫ” ଅର୍ଥାତ ଦିନର ବିଭିନ୍ନ ସମୟ ପାଇଁ ଲାଗିବାକୁ ଥିବା ଭିନ୍ନ ବିଦ୍ୟୁତ ଶୁଳ୍କ ବ୍ୟବସ୍ଥାକୁ ବାତିଲ କରାଯାଉ |

5/ପୂର୍ବ ପ୍ରତିଶୃତି ଅନୁସାରେ ସମସ୍ତ ଘରୋଇ ଉପଭୋକ୍ତା ମାନଙ୍କୁ ମାସିକ 300 ୟୁନିଟ ଦେୟମୁକ୍ତ ବିଦ୍ୟୁତ ଯୋଗାଇ ଦିଆଯାଉ |
6/ଟାଟା ପାୱାର ରେ ଠିକା ସଂସ୍ଥା ମାଧ୍ୟମରେ ଆମ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ବିଦ୍ୟୁତ କର୍ମଚାରୀଙ୍କୁ ତୁରନ୍ତ ଟାଟା ପାୱାର କମ୍ପାନୀର ପେ -ରୋଲରେ ସାମିଲ କରିବା ସହିତ ଚାକିରୀର ସୁନିଶ୍ଚିତତାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଉ |

7/ବିଦ୍ୟୁତ ଶୁଳ୍କ ଆଦାୟ ଓ ମିଟର ଯାଞ୍ଚ ପାଇଁ ଆସିଥିବା ଟାଟା ପାୱାର କର୍ମଚାରୀ ମୁଖ୍ୟତଃ ଅଣ ଓଡିଆ ବିଦ୍ୟୁତ କର୍ମଚାରୀଙ୍କ ଜବରଦସ୍ତି ଓ ଗୁଣ୍ଡା ଗର୍ଦି ଉପରେ ତୁରନ୍ତ ଅଙ୍କୁଶ ଲଗାଯାଉ |
8/*ସମଗ୍ର ଜିଲ୍ଲାରେ ମରାମତି ନାମରେ ବାରମ୍ବାର ବିଦ୍ୟୁତ କାଟ ବନ୍ଦ କରିବା ସହିତ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଉ |ତା ସହିତ ଗ୍ରାମାଞ୍ଚଳରେ ମୁଖ୍ୟତଃ ସୁ -ବିଦ୍ୟୁତ ସରବରାହ କୁ ସୁନିଶ୍ଚିତ କରାଯାଉ |

ଉକ୍ତ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଭଞ୍ଜସେନା ଅଧକ୍ଷ୍ୟ ସଂଜୀବ ରାଉତ, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବ ଶାଖା ସଭାପତି ଏସ. କେ.ରାଜାଖାନ,ଜିଲ୍ଲା ଉପସଭାପତି ସାଫଲ୍ୟ ମିଶ୍ର,ମୁଖପାତ୍ର ମାନସ ବେହେରା, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,ଜିଲ୍ଲା ସମ୍ପାଦକ ଗୌରାଙ୍ଗ ଘଡେଇ, ପ୍ରଶାନ୍ତ ଦାସ,ବାରିପଦା ସହର ଉପସଭାପତି କିଶୋର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ |

ଆଗାମୀ ୨୧ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଭଞ୍ଜସେନା ଜିଲ୍ଲାବାସୀ ଙ୍କ ଏହି ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ନେଇ ସମଗ୍ର ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ କରିବ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |