Chse

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

State

ଭୁବନେଶ୍ୱର : ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା। ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ । ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଯୁକ୍ତ ଦୁଇ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ସାହିତ୍ୟ ପରୀକ୍ଷା ହେବ ।

ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ନିଷ୍ପତି ହୋଇଛି। ଏଥର ହବ ସଂଖ୍ୟା ୨୦୫କୁ ବୃଦ୍ଧି ହୋଇଛି। କପି ରୋକିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସବୁ ସେଣ୍ଟରରେ ୨୪ ଘଣ୍ଟିଆ ସିସିଟିଭି କରାଯାଇଛି। କପି ରୋକିବାକୁ ୫ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା। ୩୦ ଜିଲ୍ଲାର ୩୫ଟି ସ୍ଥାନରେ ସ୍ବତନ୍ତ୍ର ସ୍କ୍ବାର୍ଡ ରହିବେ। ସକାଳ ୮ଟା ୩୦ ସୁଧା ପ୍ରଶ୍ନପତ୍ର ହଲରେ ପହଞ୍ଚିବ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାଣି ବ୍ୟବସ୍ଥା ହେବ ।

ପ୍ରଶ୍ନ ପତ୍ର ଲିକ ନହେବା ପାଇଁ ବଡ଼ ପ୍ରସ୍ତୁତି । ଯେଉଁମାନେ ଲିକ କରିବେ କିମ୍ବା କୌଣସି ଭୁଲ ଖବର ଦେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଚଳିତ ଥର କୌଣସି ସିଲାବସ ଚେଞ୍ଜ ହୋଇନାହିଁ। କେବଳ ପାର୍ଟନ ବଦଳିଛି। ସବୁ ସେଣ୍ଟରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି। ସ୍ପେଶାଲ ପିଲାମାନଙ୍କ ପାଇଁ ପରୀକ୍ଷା ସିଟିଂ ୪ ଘଣ୍ଟା ହେବ। ଵିଭ୍ରାନ୍ତିକର ଖବର କିମ୍ବା ଗୁଜବ ଖବରରୁ ପିଲାମନଙ୍କୁ ଦୁରେଇ ରହିବାକୁ ବାର୍ତା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ।