ବାରିପଦା – ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକ ଅନ୍ତର୍ଗତ ମହିଷିକୁଦର ଗ୍ରାମରେ ସତସଙ୍ଗ ଉପଯୋଜନା କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜୟନ୍ତୀ ମହାସମାରୋହରେ ରବିବାର ଦିନ ପାଳିତ ହୋଇଯାଇଛି ।ସକାଳେ ନଗର ସଂକୀର୍ତ୍ତନ ହୋଇଥିଲା ।ପରେ ଠାକୁରଙ୍କ ପୂଜାର୍ଚ୍ଚନା ,ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଡଃ ବିଚିତ୍ରାନନ୍ଦ ପଟନାୟକ, ମୁଖ୍ୟ ଅତିଥି ଶତ୍ରୁଘ୍ନ ତିରିଆ ସମେତ ବହୁ ସାଧକ ଭାଇ ଯୋଗ ଦେଇ ପ୍ରେମମୟ ଠାକୁରଙ୍କ ବାଣୀ ଆଲୋକପାତ କରିଥିଲେ । ସମସ୍ତେ କହିଥିଲେ ମଣିଷ ଜୀବନ ଦୁର୍ଲଭ, ।ସହସ୍ର ବର୍ଷ ଧରି ତପସ୍ଯା,ଜପ ତପ କରି ମଣିଷ ଜୀଵନ ପାଇଛନ୍ତି । କିନ୍ତୁ ଏଠାରେ ମୋହ ,ମାୟା,ସଂସାର ଜାଲରେ ପଡି ଅଶାନ୍ତ ହୋଇ ଛଟପଟ ଓ ଅଣ ନିଂଶ୍ବାସୀ ଜୀବନ ଯାପନ କରୁଛେ । ଶାନ୍ତି ସ୍ବପ୍ନ ।ମଣିଷକୁ ସଠିକ ରାସ୍ତାରେ ଜୀଇଁବା ପାଇଁ ,ଅଶାନ୍ତ ବନ୍ଦରୁ ରକ୍ଷା ପାଇଁ ଯୁଗେ ଯୁଗେ ସନ୍ଥ,ସଦଗୁରୁ,ପ୍ରେମଗୁରୁ ମାନଙ୍କର ଜନ୍ମ ହୋଇଥାଏ । ସେମାନେ ମଣିଷ ସମାଜକୁ ଆଧ୍ୟାତ୍ମିକ ଦିଗରେ ଯିବାପାଇଁ ସତସଙ୍ଗ,ଭଜନ, କୀର୍ତ୍ତନ କରାଇ ସଠିକ୍ ଭଗବତ୍ ମାର୍ଗରେ ନେବା ପାଇଁ ଚେଷ୍ଟା କରନ୍ତି ।ପରେ କେନ୍ଦ୍ର ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ଶତ୍ରୁଘ୍ନ ତିରିଆ, ଉପେନ୍ଦ୍ର ବେହେରା, ମାଧବ ବେହେରା, ଆନନ୍ଦ ବେହେରା, କୃଷ୍ଣଚନ୍ଦ୍ର ବେହେରା,ଶୁଭମ ବେହେରା,ଅମିୟ ଗିରି,ଅନୁଭବ ଦାସ,ଆହ୍ଳାଦ ଦାସ ଏବଂ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।

