Pakistan 1

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ, ୫ ମୃତ

National & International

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ କହିବା ଅନୁସାରେ କରିଜତ ଲେବି ନାମକ ଅର୍ଦ୍ଧସୈନିକ ବଳର ଯବାନ ଜିଲ୍ଲାର ଦରବାନ ତହସିଲରୁ ଚୋରି ହୋଇଥିବା ଟ୍ରକକୁ ଜବତ କରିବାକୁ ଯାଉଥିଲେ । ଏହି ସମୟରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ ଜଣ ଯବାନଙ୍କ ସହିତ ଜଣେ ନାଗରିକଙ୍କ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ ହୋଇଥିଲା । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି ।

ବଲୁଚିସ୍ତାନର କଲାତ ଜିଲ୍ଲା ମଙ୍ଗୋଚର ଅଞ୍ଚଳରେ ସୀମାନ୍ତ କର୍ପସ୍ କ୍ୟାମ୍ପ୍ ଉପରେ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଉଗ୍ରବାଦୀମାନେ କ୍ୱେଟା-କରାଚି ରାଜପଥକୁ କବଜା କରି ସେଠାରେ ପାକିସ୍ତାନୀ ସେନା ଗାଡ଼ିକୁ ଟାର୍ଗେଟ କରିଥିଲେ । ରାଜପଥରେ ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଗାଡ଼ି ପାକିସ୍ତାନୀ ସେନାର ବୋଲି ଜଣାପଡ଼ିଛି । ବାଲୁଚ ବିଚ୍ଛିନ୍ନତାବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ ଏବଂ ରାତିସାରା ଗୁଳି ବିନିମୟ ଜାରି ରହିଥିଲା ।

ବେଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ଅଞ୍ଚଳ । କିନ୍ତୁ ଏଠାରେ ସୁରକ୍ଷା ପରିସ୍ଥିତି ବହୁତ ଖରାପ ରହିଛି । ବେଲୁଚ୍-ବିଚ୍ଛିନ୍ନତାବାଦୀମାନେ ନିୟମିତ ଭାବରେ ସୁରକ୍ଷା ବାହିନୀ ଏବଂ ଅନ୍ୟ ପ୍ରଦେଶର ଲୋକମାନଙ୍କୁ ଟାର୍ଗେଟ କରିଥାନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି ।