ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ଚୌଧୁରି ଗିରି ନିଜ ଦୋକାନ ବନ୍ଦ କରି ଆଜି ଅପରାହ୍ନରେ ୪ ଠାରେ ଘରକୁ ଫେରୁଥିବା ସମୟରେ କୁଲଡ଼ିହା କେନାଲ ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଦୁର୍ଘଟଣା ଘଟିଥିଲା । ବାଇକ ରେ ଥିବା ଦୁଇ ଜଣଙ୍କ ସମେତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲ କୁ ପହଞାଇଥିଲେ । ଡାକ୍ତର ଚୌଧୁରୀ ଗିରିଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥାନାନ୍ତରିତ କରିଛନ୍ତି ।
