Budg6

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

National & International

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ। ତେଣୁ ରେଳ ବଜେଟରେ ମୋଟ ୨ ଲକ୍ଷ ୫୫ ହଜାର ୪୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ରେ ୨.୫୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା ।

ରେଳ ପେନସନ ପାଣ୍ଠି ପାଇଁ ବଜେଟରେ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆ ଲାଇନ୍ ବିଛାଇବା ପାଇଁ ୩୨,୨୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ଲାଇନ୍ ଦୋହରୀକରଣ ପାଇଁ ୩୨,୦୦୦ କୋଟି ଟଙ୍କା ଏବଂ ଗେଜ୍ ଲାଇନ୍ ରେ ରୂପାନ୍ତର ପାଇଁ ୪,୫୫୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି।
ବଜେଟରେ ସିଗନାଲିଂ ଓ ଟେଲିକମ୍ ପାଇଁ ୬୮୦୦ କୋଟି, ବିଦ୍ୟୁତ ଲାଇନ୍ ପାଇଁ ୬୧୫୦ କୋଟି ଏବଂ କର୍ମଚାରୀ କଲ୍ୟାଣ ପାଇଁ ୮୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରେଳ କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ୩୦୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୪୫ ହଜାର କୋଟି ଟଙ୍କା ରେଳ ସୁରକ୍ଷା ପାଣ୍ଠିକୁ ହସ୍ତାନ୍ତର କରାଯିବ।

ରେଳ ଦୁର୍ଘଟଣା କମାଇବା ପାଇଁ ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି । ଏହା ଅଧୀନରେ ଦେଶର ପ୍ରମୁଖ ରେଳ ପଥରେ କବଚର ଉନ୍ନତ ସଂସ୍କରଣ ୪.୦ ଲଗାଇବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରାଯିବ। ନିକଟରେ ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆର୍ଡିଏସ୍ଓ) କବଚର ନୂଆ ସଂସ୍କରଣକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ବଜେଟରେ ଏ ନେଇ କୌଣସି ନୂଆ ଘୋଷଣା କରିନାହିଁ ବରଂ ପୂର୍ବ ଘୋଷଣାକୁ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଇଛି ।