9a810050 de73 4fca 88fa 913e14447377

ଗରଦପୁରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ; ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ ଅରବିନ୍ଦ ମହାପାତ୍ର

ରାଜ୍ୟ

ଗରଦପୁର, ୧୩।୧୧ (ବିକାଶ ବେହେରା): କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ) ସୌଜନ୍ୟରୁ ଏବଂ ଗରଦପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଶୁକ୍ରବାର ମଧୁବାବୁ ପେନ୍‌ସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଉତ୍ସବରେ ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ, ବିଡିଓ ଆଲୋକ କୁମାର ସେଠୀ, ଏବିଡିଓ ସଞ୍ଜୟ ଦାସ ଏବଂ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

B86a4ee8 23ec 4ec4 8958 962c25805b4c

ରାଜ୍ୟ ସରକାରଙ୍କ ଏହି ଜନମଙ୍ଗଳକାରୀ ଯୋଜନା ଦ୍ୱାରା ବ୍ଲକର ଯୋଗ୍ୟ ନୂତନ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ପ୍ରଶାସନର କର୍ମଚାରୀ ଏବଂ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।