ବାରିପଦା: “ସହିଦ ନୁଦୁରାମ ସୋରେନ୍ ମେମୋରିଆଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ପ୍ରି-ଡେଫେନ୍ସ ଏବଂ ପୋଲିସ୍ ଟ୍ରେନିଂ କ୍ୟାମ୍ପ୍” ରାଇରଙ୍ଗପୁର ଷ୍ଟାଟିୟମରେ ରାଇରଙ୍ଗପୁର ଜିଲ୍ଲା ଆରକ୍ଷୀ ସୁରେଶ ପାତ୍ରଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି ।ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ମେଳା,ଥାନାଧିକାରୀ ରଞ୍ଜନ ସେଠୀ,ଉପଦେଷ୍ଟା ମୋଚିରାମ ମାଝୀ,ପ୍ରାକ୍ତନ ଡିଏସପି ରାଇସେନ ମୁର୍ମୁ,ଅଧ୍ୟାପକ ବିଜୟ ରାମ,ମୁଖ୍ୟ ନିର୍ଦେଶକ ସେବା ନିବୃତ କେପଟେନ ମହେନ୍ଦ୍ରନାଥ ମହାନ୍ତ, ସେବା ନିବୃତ କେପଟେନ ନିତ୍ଯାନନ୍ଦ ନାଏକ କମାଣ୍ଡୋ,ସେବା ନିବୃତ କେପଟେନ ଶ୍ଯାମ ଚରଣ ମହାନ୍ତ,ସେବା ନିବୃତ ହାବିଲଦାର ଲକ୍ଷ୍ମଣ ମାଝୀ,ସେବା ନିବୃତ ଏସଜିଡି ମୁକୁନ୍ଦ ମହାନ୍ତ,ଏଏଓ ରଘୁନାଥ ମାଝୀ,ସେବା ସ୍ତମ୍ଭ ସଭାପତି ରବୀନ୍ଦ୍ର ମୁଖୀ ପ୍ରମୁଖ ସାମିଲ ହୋଇଥିଲେ ।
ସେନାନୀ,ପୋଲିସ ,ଶିଳ୍ପ, ରେଳବାଇ ସୁରକ୍ଷା ବାହିନୀରେ ଯୋଗଦେବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବକ-ଯୁବତୀମାନଙ୍କୁ ଶାରୀରିକ , ମାନସିକ ଏବଂ ବୌଦ୍ଧିକ ସ୍ତରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି କ୍ୟାମ୍ର ଆୟୋଜନ କରାଯାଇଛି।ଏହି ପ୍ରଶିକ୍ଷଣ ଶିବିର ୨୧ ଅକ୍ଟୋବର ୨୦୨୬ ରୁ ଆରମ୍ଭ ହୋଇ ୨୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଦୁଇ ମାସ ବ୍ୟାପୀ ଧରୀ ଚାଲିବ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା, ଯେଉଁଥରେ ପ୍ରଶିକ୍ଷାର୍ଥୀ ଓ ଆୟୋଜକମାନେ ବ୍ୟାନର ଧରି ସହର ପରିକ୍ରମା କରିବା ସହ ଯୁବସମାଜକୁ ଏହି ଶିବିରରେ ଯୋଗଦେବା ପାଇଁ ଉତ୍ସାହିତ କରିଥିଲେ।ସହିଦ ଵୀରଚକ୍ର ନୁଦୁରାମ ସୋରେନ୍ଙ୍କ ସ୍ମୃତିରେ ଆୟୋଜିତ ଏହି ଶିବିରରେ ଯୁବକ-ଯୁବତୀମାନଙ୍କୁ ପ୍ରତିରକ୍ଷା,ପୋଲିସ,ଶିଳ୍ପ,ରେଳବାଇ ରେ ଯୋଗ୍ଯତା ପରୀକ୍ଷା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟରେ ମୁଖ୍ୟ ପରିଚାଳକ ମନୋରଞ୍ଜନ ହାଁସଦାଃ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।୮୨ ଜଣ ଯୁବକ ଓ ଯୁବତୀ ପ୍ରଶିକ୍ଷଣ ନେବାପାଇଁ ନାମ ପଞ୍ଜିକୃତ କରିଛନ୍ତି ।
