New project 4 2026 10 21 19 14

୨୮ରେ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ରାଜ୍ୟ

ରାଇରଙ୍ଗପୁର : ରାଇରଙ୍ଗପୁରବାସୀଙ୍କୁ ପୂଜା ଭେଟିଦେଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ମିଳିଛି ମଞ୍ଜୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ରେ ପୁରୀ- ବାଦାମପାହାଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

ରାଷ୍ଟ୍ରପତି ହେବା ପରଠୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ବାରମ୍ବାର ରେଳ ମନ୍ତ୍ରୀଙ୍କୁ ଭେଟି ଓ ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୦୭.୨୦୨୬) କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହେଲା।

ରେଳ ବୋର୍ଡ ସୂଚନା ଅନୁଯାୟୀ ଶୀଘ୍ର ଏକ ସୁବିଧାଜନକ ତାରିଖରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଆସନ୍ତା ୨୮ ଓ ୨୯ ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ପାରନ୍ତି ବୋଲି ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ପ୍ରକାଶ କରିଛନ୍ତି। ଉଦଘାଟନୀ ଟ୍ରେନ୍ ସ୍ୱତନ୍ତ୍ର ଭାବେ ଚଲାଯିବ।

ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ପାଇଁ ରାଇରଙ୍ଗପୁର, ବାଦାମପାହାଡ଼, ବହଳଦା ଅଞ୍ଚଳର ଜନସାଧାରଣରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଞ୍ଜବାସୀ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ମୟୂରଭଞ୍ଜ, କେନ୍ଦୁଝର ସମେତ ପଡ଼ୋଶୀ ଝାଡ଼ଖଣ୍ଡର ଲୋକେ ଶ୍ରୀକ୍ଷେତ୍ର ଦର୍ଶନ କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।