Ele

ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ

ରାଜ୍ୟ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ । ୮ ଦିନ ଧରି ଯନ୍ତ୍ରଣାରେ ଘୁରି ବୁଲୁଥିବା ବେଳେ ଆଜି ମୃତ୍ୟୁ ହୋଇଛି । ମୃତ ଦନ୍ତାର ଆଗ ବାମ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ଆହତ ଅବସ୍ଥାରେ ଛୋଟେଇ ଛୋଟେଇ ଜଙ୍ଗଲରେ ବୁଲୁଥିଲା । ଶିକାରୀଙ୍କ ଗୁଳିରେ ଆହତ ହୋଇଥିବା ସନ୍ଦେହ କରାଯାଉଛି ।

ହାତୀଟିକୁ ଠାବ କରି ଚିକିତ୍ସା ଯୋଗାଇଦେବା ପାଇଁ ବନ ବିଭାଗର ଦୁଇଟି ଟିମ୍ ଡ୍ରୋନ୍ କ୍ୟାମେରା ସହାୟତାରେ ଖୋଜାଖୋଜି ଜାରି ରଖିଥିଲେ । କିନ୍ତୁ ଆଜି ହାତୀର ମୃତଦେହ ମିଳିଥିଲା । ତେବେ ଦୀର୍ଘ ୮ ଦିନ ଧରି ଆହତ ଅବସ୍ଥାରେ ରହିବା ପରେ ଦନ୍ତାହାତୀର ମୃତ୍ୟୁ ହେବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ତେବେ ହାତୀଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଗୁଳି କରିଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ସେପଟେ ଏହି ଘଟଣାକୁ ନେଇ ବନବିଭାଗର କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ । ରେଢାଖୋଲ ବନଖଣ୍ଡରେ ଦିର୍ଘ ଦୁଇ ବର୍ଷ ମଧ୍ୟରେ ୭ଟି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ରହିଛି ।