ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୧ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ପୂଜାରିଣୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀତା ବେହେରାଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କାଉନସିଲର ସୁକେଶିନୀ ସେଠି ଉଦଘାଟନ କରିଥିଲେ I
ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂହ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ଏ ବି ଇ ଓ ସୁକୁମାର ରାଉତ, ଶିକ୍ଷକ ନେତା ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ଗୌର ଗୋପାଳ ଲେଙ୍କା, ସି ଆର ସି ସି ଭବାନୀ ସିଂହ ଓ ରାଜକିଶୋର ସେଠି, ପୂର୍ବତନ ବି ଆର ସି ସି ତପସ୍ୱିନୀ ଦାଶ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୩ଟି ପ୍ରାଥମିକ, ୫ଟି ଉଚ୍ଚ ପ୍ରାଥମିକ, ୫ଟି ଉଚ୍ଚ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I
ବିଭିନ୍ନ ବିଦ୍ୟାଳୟରୁ ୧ମ ସ୍ଥାନ ଅଧିକାର କରି ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ସଂଗୀତ, ହସ୍ତାକ୍ଷର, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, କୁଇଜ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଜୁନିୟର ଓ ସିନିୟର ବିଭାଗର ବିଭିନ୍ନ ପ୍ରତିଯୋଗିତାରେ ୧ମ ସ୍ଥାନ ଅଧିକାର କରିଥିବା ୨୫ ଜଣ ଓ ଦଳଗତ ନୃତ୍ୟରେ ଭଂଜପୁର ବାଳିକା ଉଚ୍ଚ ବିଦ୍ୟାଳୟ ୧ମ ସ୍ଥାନ ଅଧିକାର କରି ବ୍ଲକସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି I ନୁଆସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦେ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
