Screenshot 2026 10 14

ସିଦ୍ଧାର୍ଥ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର

ରାଜ୍ୟ

ବିନିକା: ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର। ପୋଷ୍ଟରରେ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ବାଚନରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି। କିଏ ଏଭଳି କଲେଜ ଫାଟକରେ ଲେଖିଛି ତାହା ଏବେ ଅସ୍ପଷ୍ଟ ରହିଛି। ଅନ୍ୟପଟେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ ଅଭିଯୋଗକୁ ଖଣ୍ଡନ କଲେ ପ୍ରିନ୍ସିପାଲ। ‘କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ ନିର୍ବାଚନ ଚାଲିଛି, ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ପ୍ରିନ୍ସିପାଲ।

କପଡାରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ପ୍ରିନ୍ସପାଲ ଛାତ୍ରୀ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଛ । ଏଣୁ ତୁମେ ଛାତ୍ର ସଂସଦ ନିର୍ବାଚନରୁ ଦୁରେଇ ରୁହ ନହେଲେ ତୁମକୁ ହତ୍ୟା କରାଯିବ ବୋଲି ଏକ ଧଳା କପଡାରେ ଲେଖାଯାଇ ଗେଟରେ ଲଗାଯାଇଛି । ତେବେ କେଉଁ ଦଳକୁ ପ୍ରିନ୍ସପାଲ ସମର୍ଥନ କରୁଛନ୍ତି ଓ କିଏ ଏହି ପୋଷ୍ଟର ମାରିଛି ତାହା ଜଣାପଡିନାହିଁ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଅବସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜ (Siddhartha Degree College, Binka) ର ମୁଖ୍ୟ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର ମରାଯିବା ଘଟଣା ଏବେ ସମ୍ବେଦନଶୀଳ ବିଷୟ ପାଲଟିଛି। ଏଭଳି ପୋଷ୍ଟର ଏବେ ସ୍ଥାନୀୟ ଅଞ୍ଚଳରେ, କଲେଜରେ ଚାଞ୍ଚଲ୍ୟ ଓ ଭୟର ପରିବେଶ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଲେଜର ମୁଖ୍ୟ ଗେଟ୍ ଫାଟକରେ ଏକ ଧଳା କପଡାରେ ଧମକପୂର୍ଣ୍ଣ କଥା ଲେଖି ଟାଙ୍ଗି ଦେଇଥିବା କୁହାଯାଉଛି।