Jail arrested arrest prison2

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

ରାଜ୍ୟ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଘଟିଛି ଲଜ୍ୟାକର ଘଟଣା l ବିଗତ କିଛିଦିନ ପୂର୍ବରୁ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଜନୈକ ଛାତ୍ରୀ କୁ ଅସଦାଚରଣ ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକ ଙ୍କ ଗିରଫ ଘଟଣା ଲୋକମାନଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ସମାନ ଘଟଣା ଘଟିଅଛି ଜିଲ୍ଲାର ରରୁଆଁ ବ୍ଲକ ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ l ଗତ ସେପ୍ଟେମ୍ବର 25 ତାରିଖରେ ଉକ୍ତ ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ନିଜ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବା ପାଇଁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କୁ ଡାକି ତା ସହିତ ଅସଦାଚରଣ କରିଥିଲେ l

ଘଟଣା ବିଷୟରେ ଛାତ୍ରୀ ଜଣକ ଦୁଇ ଜଣ ମେଟ୍ରୋନ ଙ୍କୁ କହିଥିଲା l ମାତ୍ର ସେମାନେ ଘଟଣା କୁ ଚାପି ଦେବାକୁ ଉଦ୍ୟମ କରିଥିଲେ l ଆଜି ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲା l ପରିବାର ଲୋକେ ଏ ବାବଦରେ ରରୁଆଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର କୁ ବାରିପଦା ରୁ ଗିରଫ କରିଅଛି l