ବାରିପଦା: ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ହାତୀମଡା ଗ୍ରାମର ପଙ୍କଜ ବେହେରା (28) ଗତକାଲି ବିଳମ୍ବିତ ରାତ୍ରୀରେ ନିଜର ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବାଇଗଣବଡ଼ିଆ ଛକ ନିକଟରେ ହଳଡିଆ ବନ୍ଧ କେନାଲ ରେ ଭରସାମ୍ୟ ହରାଇ ବାଇକ ସହ ପଡିଯାଇ ମୃତ୍ୟୁବରଣ କରିଛନ୍ତି l ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ l
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶ୍ରମ ବାହିନୀ ସହାୟତାରେ ମୃତକ କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଛେଦ କରି ପରିବାରବର୍ଗ ଙ୍କୁ ହସ୍ତାନ୍ତର କରିଅଛି l ଏ ବାବଦରେ ଚାନ୍ଦୁଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି l
