ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୮ମ ସନ୍ଧ୍ୟାରେ ୧ମ ନାଟକ ନାଟ୍ୟମ, ଅନୁଗୁଳ ପ୍ରଯୋଜିତ ନାଟକ “ଚିତ୍ରଲିପି” ମଞ୍ଚସ୍ଥ ହୋଇଥିଲା I ସୁଧାଂଶୁ ମୋହନ ଦ୍ବିବେଦୀଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୁଧାଂଶୁ ମୋହନ ଦ୍ବିବେଦୀ ଏକକ ଅଭିନୟ କରିଥିବା ବେଳେ ଆଲୋକରେ ଅଶୋକ କୁମାର କର, ସଂଗୀତରେ ମାନସ କୁମାର ପରିଡା ଓ ମଞ୍ଚ ପରିଚାଳନାରେ ରବୀନ୍ଦ୍ର ନାଥ ସାହୁ ସହଯୋଗ କରିଥିଲେ I
ମିରର ଥିଏଟର, ବେଲପାହାଡ଼, ଝାରସୁଗୁଡା ପ୍ରଯୋଜିତ ଏବଂ ଡା. ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ୨ୟ ନାଟକ “ଉଲଫି” ରେ ବର୍ଷାରାଣୀ ଧଳ, ସନ୍ତୋଷ ସାହୁ, ଶ୍ୟାମସୁନ୍ଦର ପାଣ୍ଡେ, ଗୌରୀଶଙ୍କର କୁମ୍ଭାର, ମମତା ମାଇତି, ସୁଶାନ୍ତ ମହାରଣା ଓ ସଂଯୁକ୍ତା ସାବତ ଅଭିନୟ କରିଥିବା ବେଳେ ଆଲୋକରେ ଜେନାମଣି ସେଠ, ସଂଗୀତ ନିର୍ଦ୍ଦେଶନାରେ ଗୌରୀଶଙ୍କର କୁମ୍ଭାର, ସଂଗୀତ ପରିଚାଳନାରେ ବିନୟ କୁମାର ପ୍ରଧାନ ଓ ମଞ୍ଚ ପରିଚାଳନାରେ ସରସ୍ବତୀ ପ୍ରଧାନ ସହଯୋଗ କରିଥିଲେ I ଉଭୟ ନାଟକରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ ଦୁଃଖବନ୍ଧୁ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ରୋଟାରୀ କ୍ଲବ, ବାରିପଦାର ସଭାପତି ତିମିର କୁମାର ଘୋଷ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାଶୀନାଥ ରଣାଙ୍କୁ ମୟୁରଭଞ୍ଜ ମହା ସମ୍ମାନରେ ସମ୍ମାନିତ କରାଯାଇଥିଲା I ଅଭିନେତା ଅଶୋକ ପଟ୍ଟନାୟକ ଓ କୁନ୍ଦନଲାଲ ଭଞ୍ଜଙ୍କୁ ପ୍ରତିଭା ସମ୍ମାନରେ ଏବଂ ଅଭିନେତା ଅନୁପ କୁମାର ସାହା, ଅଭନେତା ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ବିବେଦୀ, ନାଟ୍ୟକାର ଓ ନିର୍ଦ୍ଦେଶକ ଡା. ସୁବାଷ ଚନ୍ଦ୍ର ପ୍ରଧାନ ଓ ପ୍ରଖ୍ୟାତ ନାଟ୍ୟକାର ପଞ୍ଚାନନ ଦାଶଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ବୁଧବାର ଦିନ ଉଦଯାପନୀ ସନ୍ଧ୍ୟାରେ ଏକମାତ୍ର ନାଟକ ଅଜିତ, ଭୁବନେଶ୍ୱର ପ୍ରଯୋଜିତ “ସମକାଳ” ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
