1790692834 1790692804 1790692742 1790692689 andhra

ବାନ୍ଧବୀଙ୍କ ଗଳା କାଟି ହତ୍ୟା: ମୃତଦେହକୁ ୯ ଖଣ୍ଡ କରି କେନାଳରେ ଫିଙ୍ଗିଦେଲା

ଦେଶ - ବିଦେଶ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସିଛି । ଟଙ୍କା ପଇସା ବିବାଦକୁ ନେଇ କଂସେଇ ନିଜ କଥିତ ବାନ୍ଧବୀଙ୍କ ଗଳା କାଟି ହତ୍ୟା କରିଛି । ପରେ ମୃତଦେହକୁ ମାଂସ କାଟିଲା ପରି ଖଣ୍ଡ ଖଣ୍ଡ କରି କାଟି ନାଳରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି । ଇବ୍ରାହିମପାଟନମ୍ ଅଞ୍ଚଳରୁ ଏକ ଅଜଣା ମୃତଦେହ ମିଳିଥିଲା । ପରିଚୟ ଜାଣିବା ପାଇଁ ମୃତଦେହର ବିବରଣୀକୁ ସୋସିଆଲ ମିଡିଆ ଛଡ଼ା ଯାଇଥିଲା । ହାତରେ ଥିବା ଏକ ଟାଟୁ ଦେଖି ମୃତକ ତାଙ୍କ ସମ୍ପର୍କୀୟମାନେ ଚିହ୍ନଟ କରି ପୋଲିସ ସହ ଯୋଗାଯୋଗ କରିଥିଲେ । ପରେ ତଦନ୍ତକାରୀ ଦଳ ମୃତକଙ୍କ ପରିଚୟ ‘କଲ୍ୟାଣୀ’ ବୋଲି ସ୍ପଷ୍ଟ କରିଥିଲେ ।

ପୋଲିସର ତଦନ୍ତରୁ ଭବାନୀପୁରମ ଅଞ୍ଚଳରେ ଏକ ଛୋଟ ମାଂସ ଦୋକାନ ଚଲାଉଥିବା ମହମ୍ମଦ ଶଫି ନାମକ ଜଣେ କଂସେଇର ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଶଫି ଓ କଲ୍ୟାଣୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା ଏବଂ ଉଭୟଙ୍କ ମଧ୍ୟରେ ଆର୍ଥିକ ନେଣଦେଣକୁ ନେଇ ବିବାଦ ଚାଲିଥିଲା । ପୂର୍ବରୁ କଲ୍ୟାଣୀଙ୍କ ପୁଅ ସହ ହୋଇଥିବା ଏକ ମନୋମାଳିନ୍ୟ ଯୋଗୁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଗତ ସେପ୍ଟେମ୍ବର ୧୭ ତାରିଖରେ ଶଫି, କଲ୍ୟାଣୀଙ୍କୁ ଭବାନୀପୁରମସ୍ଥିତ ନିଜ ଘରକୁ ନେଇଥିଲା । ସେଠାରେ ଟଙ୍କା ପଇସାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଶଫି ଏକ ଛୁରିରେ ଆକ୍ରମଣ କରି କଲ୍ୟାଣୀଙ୍କ ଗଳା କାଟି ଦେଇଥିଲା । ଏହାପରେ ଶଫି ଅତି ନିର୍ମମ ଭାବେ ମୃତଦେହକୁ ୯ ଖଣ୍ଡ କରି କାଟି ଦେଇଥିଲା । ନିଜ ମାଂସ ଦୋକାନରେ କାମ କରୁଥିବା ‘ଗୁରୁଭୁଲୁ’ ନାମକ ଜଣେ ଯୁବକର ସହାୟତାରେ ଶବ ଖଣ୍ଡଗୁଡ଼ିକୁ ସେଠାରୁ ଆଣିଥିବା ପୋଲିସ ସନ୍ଦେହ କରୁଛି । ପରେ ସହି ଶବ ଖଣ୍ଡଗୁଡ଼ିକୁ ଗୋଲ୍ଲାପୁଡ଼ି ଅଞ୍ଚଳର କୁଲିଂ କେନାଲରେ ଫିଙ୍ଗି ଦେଇଥିଲା ।

ପୋଲିସ ଶଫି ଓ ଗୁରୁଭୁଲୁକୁ ଗିରଫ କରି ଜେରା କରୁଛି । ହତ୍ୟାକାଣ୍ଡର ପ୍ରକୃତ କାରଣ, ହତ୍ୟାରେ ସେମାନଙ୍କ ଭୂମିକା ଏବଂ ମୃତଦେହକୁ କିପରି ନେଇ ଫିଙ୍ଗିଥିଲା, ସେ ନେଇ ତଦନ୍ତକାରୀ ଦଳ ଖୋଳତାଡ଼ ଜାରି ରଖିଛି । ମିଡିଆର ସହଯୋଗ ଯୋଗୁଁ ଏହି ମାମଲାର ପର୍ଦ୍ଦାଫାଶ ହୋଇପାରିଛି ବୋଲି ଇବ୍ରାହିମପାଟନମ୍ ସର୍କଲ ଇନ୍ସପେକ୍ଟର ସୁବ୍ରମଣ୍ୟମ୍ କହିଛନ୍ତି । ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଅଜଣା ମୃତଦେହର ଖବର ପ୍ରସାରିତ ହେବା ପରେ କଲ୍ୟାଣୀଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିପାରିଥିଲେ ।