ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୧ମ ନାଟକ ନାରୀ ଅଦ୍ଵିତ୍ୟ, ଭୁବନେଶ୍ୱର ପ୍ରଯୋଜିତ “ନିଃସହାୟ” ମଞ୍ଚସ୍ଥ ହୋଇଥିଲା I ସୁଜାତା ପ୍ରିୟଦର୍ଶିନୀଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ପ୍ର. (ଡ଼.) ସୁଚେତା ପ୍ରିୟବନ୍ଦିନୀ, ଡ଼. ସଂଘମିତ୍ରା ଜେନା, ଡ଼. ଶ୍ରଦ୍ଧା ପାଢ଼ୀ, ଗାର୍ଗୀ ଭଟ୍ଟାଚାର୍ଯ୍ୟ, ଡ଼ା. ଲିପ୍ସା ମିଶ୍ର, ସୁଶ୍ରୀ ସାମଲ, ଋତୁପର୍ଣ୍ଣା ମହାପାତ୍ର, ଜ୍ୟୋତତ୍ସି ଯାଜ୍ଞସେନୀ, ଡ. ଆଲ୍ପନା ପାତ୍ର, ଶୁଭ୍ରା ମିଶ୍ର ଓ ଡ଼. ଈଶା ମିଶ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I ତାପରେ ଆମେ, ବାରିପଦା ପ୍ରଯୋଜିତ ଏବଂ ସୁନାମଧନ୍ୟ ନାଟ୍ୟକାର ଡ଼. ପ୍ରମୋଦ କୁମାର ତ୍ରିପାଠୀଙ୍କ ରଚିତ ଓ ପ୍ରୟାସ ଶତପଥିଙ୍କ ନିର୍ଦ୍ଦେଶିତ ୨ୟ ନାଟକରେ ଶ୍ରୀନିବାସ ଭଞ୍ଜଦେଓ, ସତ୍ୟନାରାୟଣ ଦାସ, ବିଜେନ୍ଦ୍ର ରାଉତ, ସଂଜୀବ ଦଳେଇ, ଗଣେଶ ବେହେରା ଅଭିନୟ କରିଥିଲେ I
ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ଉପ ନଗରପାଳ ସୀମା ଦାସ, ଏମ ପି ସି ସ୍ୱଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ନାରାୟଣ ପ୍ରସାଦ ବେହେରା, ଏଫ ଏମ ମହାବିଦ୍ୟାଳୟର ରେଜିଷ୍ଟ୍ରର କୁକମୀନା ଦାସ, ବରିଷ୍ଠ ସାମ୍ବାଦିକ ତଥା କମିଟିର ଉପସଭାପତି ଡ଼. ବିଜୟ କୁମାର ଅଗ୍ରୱାଲ, ବିଶିଷ୍ଟ ସମାଜସେବୀ ଓ ସର୍ବୋଚ୍ଚ ନ୍ୟାୟଳୟର ସରକାରୀ ପ୍ଲିଡ଼ର ଜୀବନ କୁମାର ସାହୁ, କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I
ଏହି ଅବସରରେ ଏସ କେ ପି ଗ୍ରୁପ, ଭୁବନେଶ୍ୱରର ପ୍ରତିଷ୍ଠାତା ସୁସ୍ମିତ ପ୍ରଧାନଙ୍କୁ ମୟୁରଭଞ୍ଜ ମହା ସମ୍ମାନରେ ସମ୍ମାନିତ କରାଯାଇଥିଲା I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ଗୁରୁବାର ଦିନ ଭଞ୍ଜଭୂମି ସାଂସ୍କୃତିକ ପରିଷଦ, ବାରିପଦା ପ୍ରଯୋଜିତ “କାଞ୍ଚି ଅଭିଯାନ” ଓ ଆମେ କ୍ରାନ୍ତି, ଉଦଳାର “ରାଜା” ନାଟକ ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
