ନୂଆଦିଲ୍ଲୀ: ଇତିହାସ ରଚିବ ଭାରତ!, ଗଢ଼ୁଛି ନିଜର ‘ସୂର୍ଯ୍ୟ’! ଗୁଜରାଟରେ ଚାଲିଛି ଏମିତି ପରୀକ୍ଷା…ଯାହା ବଦଳାଇପାରେ ଭବିଷ୍ୟତର ବିଦ୍ୟୁତ୍ ଉତ୍ପାଦନ! ନିଜର ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତର ବଡ଼ ପଦକ୍ଷେପ। ଗୁଜରାଟରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚର SST-1 ଟୋକାମାକ୍ରେ ନୂଆ ୮୨.୬ GHz, ୪୦୦ kW କ୍ଷମତାର ଗାଇରୋଟ୍ରନ୍ ସ୍ଥାପନ ଓ କମିଶନ୍ କରାଯାଇଛି। ଏହି ଅପଗ୍ରେଡ୍ ଭାରତର ନ୍ୟୁକ୍ଲିୟର ଫ୍ୟୁଜନ୍ ଗବେଷଣାକୁ ଆହୁରି ମଜବୁତ କରିବ। ସହଜ ଭାଷାରେ କହିଲେ, ଏହି ଯନ୍ତ୍ରଟି ଅତ୍ୟଧିକ ଗରମ ଗ୍ୟାସ୍କୁ ଆହୁରି ଗରମ ଏବଂ ଅଧିକ ସମୟ ଧରି ନିୟନ୍ତ୍ରଣରେ ରଖିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ।
