ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା – ଝାରପୋଖରିଆ ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥ ର କୁଳିଅଣା ଥାନା ଅନ୍ତର୍ଗତ ଶୁକୁଆପଡା ଟୋଲଗେଟ ନିକଟରେ ଆଜି ଦିନ ଦୁଇପ୍ରହରରେ ଏଜ କଣ୍ଟେନର ହୁ ହୁ ହୋଇ ଜଳିଗଲା l ଏ ଦୃଶ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା l କିଛି ସମୟପାଇଁ ରାଜପଥ ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା l ଖବର ନେବାରୁ ଜଣା ପଡିଅଛି ଯେ କଣ୍ଟେନର ଟି ବାରିପଦା ପଟୁ ପାଟଣା ଅଭିମୁଖେ ଯାଉଥିଲା l
ଟୋଲଗେଟ ନିକଟରେ ଚାଳକ ଗାଡି ଅଟକାଇ ଗାଡି ପାଖରେ ରୋଷେର କରୁଥିଲେ l ଏହି ସମୟରେ ହଠାତ କଣ୍ଟେନର ଟି ନିଆଁ ଲାଗି ହୁ ହୁ ହୋଇ ଜଳିଗଲା l ଖବର ପାଇ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହିଁଛି ନିଆଁ କୁ ଆୟତ କରିଥିଲେ l ଏ ବାବଦରେ କୁଳିଅଣା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଅଛି l
