IMG 20260915 WA0187

ତ୍ରିରଙ୍ଗା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଜ୍ୟ
  • ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ ଷ୍ଟ୍ରାଇକର୍ସ ବିଜୟୀ
ବାରିପଦା : ସ୍ଥାନୀୟ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପଡିଆରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ତ୍ରିରଙ୍ଗା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଉଦଘାଟନୀ ଦିବସରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ  ଟୁର୍ଣ୍ଣା ମେଣ୍ଟ କୁ ଉଦଘାଟିତ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ I ଫାଇନାଲ ମ୍ୟାଚରେ ରୟାଲ ଷ୍ଟ୍ରାଇକର୍ସ ୮ଉଇକେଟରେ ମା’ ଅମ୍ବିକା ସୁପର ସ୍ମାଶର୍ଷକୁ ପରାସ୍ତ କରି ଚମ୍ପିୟାନ ହୋଇଛି I
ପ୍ରଥମେ ବ୍ୟାଟିଂ କରି ମା ଅମ୍ବିକା ଦଳ ୧୦ ଓଭରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଲାଲଟୁ ସିଂ ୨୧ ବଲରେ ୬୮ ରନ କରିଥିବାବେଳେ ବିପକ୍ଷ ଦଳର ପୁଙ୍ଗା ସୋରେନ, ହୀରକ ସିଂ ଓ ନିହାର ରଞ୍ଜନ ନାଏକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରୟାଲ ଦଳ ୯.୩ ଓଭରରେ ୨ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ I ଦଳ ପକ୍ଷରୁ ଆଦିତ୍ୟ ବସା ୩୩ ବଳରେ ୫ଟି ଚୌକା ଓ ୧୧ଟି ଛକା ବଳରେ ଧୂଆଁଧାର ୯୨ ରନ ସଂଗ୍ରହ କରିଥିଲେ I ମୃତ୍ୟୁଞ୍ଜୟ ଘୋସାଲ ଓ ସ୍ୱାଭିମ ଦାସ ଖେଳ ପରିଚାଳନା କରିଥିବା ବେଳେ ଶେକ ନାଫିସୁଲ ହୁସେନ ଓ ଦୀନକୃଷ୍ଣ ନାୟକ ସ୍କୋରିଙ୍ଗରେ ସହଯୋଗ କରିଥିଲେ I ମାନସ ରଞ୍ଜନ ସିଂହ ଧାରା ବିବରଣୀ ପ୍ରଦାନ କରିଥିଲେ I ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସମ୍ବିତ ସାମଲ, ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଲାଲଟୁ ସିଂ, ଶ୍ରେଷ୍ଠ ବୋଲର ଭାବେ ଆଲୋକ ଦାସ ଏବଂ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଭାବେ ଆଦିତ୍ୟ ବସା ପୁରସ୍କୃତ ହୋଇଥିଲେ I
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟ ମ ମହାନ୍ତି, ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ ଓ ତ୍ରିରଙ୍ଗା କ୍ଲବ ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I କ୍ଲବର ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର (ଲିଟନ) ଙ୍କ ନେତୃତ୍ୱରେ ମହମ୍ମଦ ଭାଇ, ଓମ ପ୍ରକାଶ, ଅଭିଜିତ ବେହେରା, ଚିରଞ୍ଜୀବ, ଉପେନ୍ଦ୍ର ନାୟକ, ଶିବୁ, ତୁଷାର, ଵିନୋରିଲାଲ ରଣା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ I