ବାରିପଦା: ଆସନ୍ତା ନଭେମ୍ବର ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ସହିତ ଘୋଷଣା କରାଯାଇଛି । ଏ ନେଇ ସ୍ଥାନୀୟ ମ୍ୟୁନିସପାଲଟି ଗେଷ୍ଟ ହାଉସ ପରିସରରେ ତ୍ରୟୋଦଶ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ୨୦୨୬ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ପବିତ୍ର ବରାହ ଜୟନ୍ତୀ ଅବସରରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ 2026 ପାଇଁ ଦିନ ଧାର୍ଯ୍ୟ କରାଯାଇଛି l ପ୍ରାରମ୍ଭରେ ଡଃ ଆଦର୍ଶ ଶତପଥୀ ମଙ୍ଗଳା ଚରଣ ପାଠ କରିଥିଲେ। ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତ ସଦସ୍ୟଙ୍କର ପରିଚୟ ପ୍ରଦାନ କରିଥିଲେ l ଏମପିସି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତା ଅଧ୍ୟକ୍ଷା ତଥା ମୟୁରୀର କାର୍ଯ୍ୟକାରୀ ସଭାପତି ଡଃ ବନଜା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ହେବାକୁ ଥିବା ମୟୂରୀର ଦିନ ଧାର୍ଯ୍ୟ ସହିତ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପିଲାଙ୍କ ମହୋତ୍ସବ ମୟୁରୀ ନଭେମ୍ବର ୧୨ ରୁ ୧୫ ତାରିଖ ( ଗୁରୁବାର ରୁ ରବିବାର )ପର୍ଯ୍ୟନ୍ତ ଚାରିଦିନ ଧରି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଏହି ନିଆରା ଶିଶୁ ମହୋତ୍ସବ କିପରି ଅଧିକ ଆକର୍ଷଣୀୟ ହେବ ସେ ନେଇ ଆଲୋଚନା କରା ଯାଇଥିଲା l ତେଵେ ପରବର୍ତ୍ତୀ ବୈଠକରେ ଅଭିଭାବକ ସମ୍ମିଳନୀ ଜରିଆରେ ସମସ୍ତ ଅଭିଭାବକଙ୍କୁ ନିମନ୍ତ୍ରିତ କରା ଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା l ବୈଠକରେ ବରେଣ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଗଣେଶ୍ୱର ଭୋଇ, ଶିକ୍ଷାବିତ୍ କୈବଲ୍ୟ ପ୍ରସାଦ ମହାପାତ୍ର, ଅବସର ପ୍ରାପ୍ତ ଇଞ୍ଜିନିୟର ସୁନୀଲ କୁମାର ପ୍ରଧାନ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଅବସରରେ ଡଃ ଶତପଥୀଙ୍କ ରଚିତ ଶ୍ରୀ ବରାହୋପାସନା ଦର୍ପଣ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ମୟୁରୀର ସ୍ବେଚ୍ଛାସେବୀ ହିମାଦ୍ରି ତନୟା ଚୌଧୁରୀ, ରଶ୍ମି ମହାପାତ୍ର, ହିମାଂଶୁ ସାହୁ ଙ୍କ ସମେତ ଆଇନଜୀବୀ ସୁଜାତାମିଶ୍ର, ଡଃ ହରିହର ଦାସ, ଡାକ୍ତର ପ୍ରକାଶ କଲିଆ, ସୁଧମୟୀ ଦାସ, ଭଗବତୀ ଦାଶ, ସନ୍ଧ୍ୟା ରାଣୀ ଦାସ, ପୂର୍ଣ୍ଣିମା ପଣ୍ଡା, ବିନିତା ଦାସ, ବୀଣାପାଣି ଦାଶ, ସନ୍ତୋଷ କୁମାର କାସ୍ତ, ବିଶ୍ୱେଶ୍ୱର୍ ଦ୍ବିବେଦୀ, ଜ୍ୟୋତି ରଞ୍ଜନ ଦାସ, ପ୍ରଦୀପ କୁମାର ଦାସ, ଅଚ୍ୟୁତ ପ୍ରସାଦ ମହାପାତ୍ର, ରେଣୁବାଳା ରଥ, ସତ୍ୟାନନ୍ଦ ସେଜପଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛେନା ପୋଡ଼ କଟା ଯାଇ ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ବଣ୍ଟା ଯାଇଥିଲା l
ଶେଷରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ସନ୍ଦୀପ କୁମାର ଚାନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।
