IMG 20260912 WA0188

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ; ୫୪ ମାମଲା ଫଇସଲା

ରାଜ୍ୟ
ବାରିପଦା: ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସିଭିଲ କୋର୍ଟର ଏଡିଜେ ଡଃ ଭି ସୁଜାତା,ସଵଜଜ୍ ଆଲୋକ ପଣ୍ଡା,ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ଏବଂ ଜେଏମଏଫସି ଚେତନା ପଟନାୟକ ଶୁଣାଣି କରିଥିଲେ ।ଏଡିଜେ କୋର୍ଟରେ ୮ ଟି ଦୁର୍ଘଟଣା ଜନିତ ମାମଲା ଏବଂ କ୍ରିମିନାଲ କେଶ୨ ଟିରୁ କେବଳ  ୨ ଟିର ସମାଧାନ ହୋଇଥିଲା ।
ସେହିଭଳି ସଵ ଜଜ୍ କୋର୍ଟରେ ବ୍ୟାଙ୍କ ଡକାୟତି ୭ ଟିରୁ ଶୂନ ସମାଧାନ ,ବୈବାହିକ ମାମଲା ୧୧ ଟିରୁ ୧ ସମାଧାନ,ସିଭିଲ କେଶ ୧୮ ଟିରୁ ୭ ଟି ସମାଧାନ,ଇଣ୍ଟରିମ୍ କେଶ  ୧ ଟି ରୁ  ୧ ଟି ସମାଧାନ, ସେହିଭଳି ଏସଡିଜିଏମ୍ କୋର୍ଟରେ ନାର୍କୋଟିକ ଆକ୍ଟର ୧୬ ଟି ମାମଲାରୁ ୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ,ବୈବାହିକ ମାମଲା ୧୦ ଟିରୁ ୧୦ ଟି ସମାଧାନ,କ୍ରିମିନାଲ କେଶ ୨୫ ଟିରୁ ୨୫ ଟି ସମାଧାନ ଏବଂ ସେହିଭଳି ଜେଏମଏଫସି  କୋର୍ଟରେ ନାର୍କୋଟିକ ଆକ୍ଟ ୩ ଟିରୁ ସମାଧାନ ଶୂନ, ବୈବାହିକ ମାମଲା ୫ ଟିରୁ ୪ ଟି ସମାଧାନ ହୋଇଛି ।
ସମୁଦାୟ ୯୬ ଟି ମାମଲାରୁ ୫୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି । ଏସବିଆଇ,ବ୍ୟାଙ୍କ ଅଫ ଇଣ୍ଡିଆ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ କର୍ମଚାରୀ ପ୍ରମୁଖ  ପଞ୍ଜିକୃତ ଗ୍ରାହକ ମାନଙ୍କ ଅଭିଯୋଗଶୁଣାଣିରେ ସହାୟତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ  ଲକ୍ଷ୍ମଣ  ମାର୍ଣ୍ଡୀ, ସନ୍ତୋଷ ମହାନ୍ତ, ବଟକୃଷ୍ଣ ମହାନ୍ତି , ଅମରେଶ ବଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।