IMG 20260907 WA0283

ରାଜକମାଲ କିଡସ ହେପି ସେଣ୍ଟରରେ ନନ୍ଦ ଉତ୍ସବ ପାଳନ 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜକମଲ ହେପି କିଡ଼ସ ସେଣ୍ଟରରେ କୁନିକୁନି ଶିଶୁ ମାନେ ରାଧାକୃଷ୍ଣ ବେଶ ସାଜି ପାଳିଲେ ନନ୍ଦ ଉତ୍ସବ I ଆଶ୍ଵଥ ସାମଲ, ଆର କେ ପାତ୍ର, ଦକ୍ଷିତରାଜ ମଲ୍ଲିକ,  ଯାନିଶା ବେହେରା, ଚେତନଦୀପ ସାହୁ,  ଆରାଧ୍ୟା କିଶୋରୀ, ମୟନ ନାୟକ,  କ୍ରିତିକା ମୁର୍ମୁ ଓ ଶିବାନ୍ସି ବେହେରା ରାଧାକୃଷ୍ଣ ବେଶରେ ଅଭିନୟ କରି ବେଶ ଆନନ୍ଦିତ ହେବାର ଲକ୍ଷ୍ୟ କରାଯାଇଥିଲା I
ସାନ ବେଳୁ ଭାରତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ସହିତ ଯୋଡିବା ପାଇଁ ଏହା ଏକ ପ୍ରୟାସ ବୋଲି ଶିକ୍ଷୟତ୍ରୀ ତପସ୍ନା ପଟ୍ଟନାୟକ ଓ ଅନୁପମା ଦାସ ବେହେରା ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କର ପିତା ମାତା ମଧ୍ୟ ଉତ୍ସାହର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ଶେଷରେ ବିଦ୍ୟାଳୟ ତରଫରୁ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I