FLOOD 1 1 e1785336473839 300x164

ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା

ରାଜ୍ୟ

ବାରିପଦା : ଜଣେ ଖବରକାଗଜ ବିକ୍ରେତା ଖବର କାଗଜ ବିକ୍ରୀ କରିବାକୁ ଯାଇ ବନ୍ୟା ପାଣିରେ ଭାସି ନିଖୋଜ ହୋଇଛନ୍ତି l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଗୋରୁମୋହିଷାଣି ଥାନା ଅଞ୍ଚଳରେ l ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି (65) ପ୍ରତିଦିନ ଭଳି ଆଜି ସକାଳୁ ଖବରକାଗଜ ନେଇ ବାହାରିଥିଲେ ବିକ୍ରୀ କରିବାକୁ l ଗୋରୁମୋହିଷାଣି ଥାନା ଅନ୍ତର୍ଗତ ଆମଡାବେଡା- ନୂଆ ଗାଁ ଠାରେ ନଦୀ ର ପ୍ରୋଖର ସ୍ରୋତରେ ଭାସିଯାଇଛନ୍ତି l ଖବର ପାଇ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଖୋଜା ଖୋଜି କରିଥିବା ଜାରି ରଖିଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ l