IMG 20260828 WA0198

ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଖେରଓ୍ବାଳ ଜୁମିଦ୍ ସଂଗଠନ’

ରାଜ୍ୟ
ବାରିପଦା: ବଣ ମଲ୍ଲୀ ଯେଉଁଠାରେ ଥିଲେ ବି ତାର ସୁରଭି ଚତୁର୍ଦ୍ଦିଗ ବାସେ ।କଠିନ ପରିଶ୍ରମ, ଇଛାଶକ୍ତି, ପିତା,ମାତା,ଗୁରୁଙ୍କ ଆଶୀର୍ବାଦ କେବେ ବି ନିଷ୍ଫଳ ହୁଏ ନାହିଁ ।ଶିମିଳିପାଳରେ ପାଦଦେଶ ତଥା ବିଶୋଇ ବ୍ଳକର ନୂଆଗାଁ ପଞ୍ଚାୟତ ଅଞ୍ଚଳର ସାନଜାମବିଲା ଗ୍ରାମର ଆଦିବାସି ଦିନ ମଜୁରିଆ ର ଝିଅ ଶିଖା ମାଝି ବିଶୋଇ ବ୍ଳକର ବାଢୁଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ  ଯୁକ୍ତ ୨ ବିଜ୍ଞାନରେ ସଫଳତାର ସହ ଉତ୍ତିର୍ଣ ହୋଇ ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ ୨୩୭ ମାର୍କ ରଖି ମେଡିକାଲ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  ।
କିନ୍ତୁ ଅର୍ଥ ବାଧକ ସାଜିଥିଲା ମେଡିକାଲ କଲେଜରେ ଆଡିମିସେନ ପାଇଁ ।ଚିନ୍ତାରେ ଦିନ କାଟୁଥିଲେ ଶିଖା ମାଝୀ ଏବଂ ତାଙ୍କ ଗରିବ ପିତାମାତା । ଝିଅର ଭବିଷ୍ୟତ ଅନ୍ଧାର ହୋଇଯିବ ଭାବି ବ୍ୟସ୍ତ ହୋଇ ପଡୁଥିଲେ ବାପାମାଆ ।ଏଭଳି ଖବର ପାଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଛାସେଵୀ ଅନୁଷ୍ଠାନ’ ” ଖେରଓ୍ବାଳ ଜୁମିଦ” ର ସଦସ୍ୟ ଓ ସଦସ୍ଯାଵୃନ୍ଦ ଶିଖା ମାଝିର ଘରେ ପହଞ୍ଚି ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦେଇଥିଲେ । ମେଧାବୀ ଛାତ୍ରୀ ଶିଖା ମାଝୀ ଯାଜପୁରର ମହାରାଜା ଯଯାତି କେଶରୀ ସରକାରୀ ମେଡ଼ିକାଲରେ ନାମ ଲେଖାଇବେ ।ଶିଖା ମାଝି  ଏବଂ ତାଙ୍କ ପରିବାରର ଲୋକଙ୍କ ମନରେ ଆଶାର ପ୍ରଦୀପ ଜଳି ଉଠିଲା ।ଖେରଓ୍ବାଳ ଜୁମିଦ ସଂଗଠନର କାର୍ଯ୍ୟକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏବେ ସେ ଯାଜପୁର ଅଭିମୁଖେ ଯାଇ ମେଡିକାଲ କଲେଜରେ ନାମ ଲେଖାଇବେ ।ଜୁମିଦ ସଂଗଠନର ସଦସ୍ୟ ଓ ସଦସ୍ୟା ବୃନ୍ଦ କହିଛନ୍ତି  ସାନ୍ତାଳୀ ସମାଜର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଛ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିବ ନାହିଁ ।ସଂଗଠନ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ।ସେମାନେ ଆଗକୁ ବଢନ୍ତୁ  ଏବଂ ସାନ୍ତାଳୀ ସମାଜର ପ୍ରଗତିରେ ସାରଥି ସାଜନ୍ତୁ  ।ସଂଗଠନର ସଭାପତି ଭାଗବତ ମାଝୀ, ସଂପାଦକ ବୈଦ୍ୟନାଥ ମାଝୀ, ବରିଷ୍ଠ ଡ଼ାକ୍ତର ଦେବେନ୍ଦ୍ରନାଥ ଟୁଡୁ, ପ୍ରାକ୍ତନ ଅବକାରୀ ଏସସି ଚନ୍ଦ୍ର ମୋହନ ବାସ୍କେ, ସିଡିପିଓ ବିନ୍ଦୁ ଟୁଡୁ, କୋଷାଧ୍ୟକ୍ଷ ଲମ୍ବୋଦର ସୋରେନ, ରାମଚନ୍ଦ୍ର ମାଝୀ ସମେତ ବହୁ ସଦସ୍ୟ ଓ ସଦସ୍ୟା ସାମିଲ ହୋଇଥିଲେ ।ଖେରଓ୍ବାଳ ଜୁମିଦ ସଂଗଠନର ଏଭଳି ସାମାଜିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।