ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଷୋଦଗାର । କହିଲେ, ରାଉରକେଲାରେ ଅନ୍ୟ ଦଳରୁ ଆସି କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ମୁଁ ଦଳକୁ ରକ୍ତ ମାଂସ ଦେଇଛି । ଦଳ ମୋତେ ଯେତିକି ସ୍ଥାନ ଦେଇଛି ତାହା ଯଥେଷ୍ଟ ବୋଲି କହିଛନ୍ତି ଜୁଏଲ ଓରାମ ।
ଏହା ସହ ରାଉରକେଲା ରାଜନୀତିକୁ ନେଇ ଜୁଏଲ ଓରାମଙ୍କ ଖୋଲା ଚ୍ୟାଲେଞ୍ଜ। କହିଛନ୍ତି, ଅପଦସ୍ଥ କରିବାକୁ ଚେଷ୍ଟା କଲେ ଜାଳିକି ସଫା କରିଦେବି । ମୋ ନାଁରେ ଅପପ୍ରଚାର କରାଯାଉଛି। ସମ୍ମାନରେ କିଏ ହାତ ଲଗେଇଲେ ସେ ହାତ କୁ କାଟି ଫିଙ୍ଗି ଦେବାର ତାକତ ଅଛି । ମୁଁ ନିର୍ବାଚନ ଲଢ଼ିବି ନାହିଁ କହିଥିଲି, ଚ୍ୟାଲେଂଜ ଦେଉଛି ପୁଣି ନିର୍ବାଚନ ଲଢ଼ିବି । ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି, ଅବସ୍ଥା କଣ ହେବ । ଆଗକୁ କେନ୍ଦ୍ର ନେତୃତ୍ୱଙ୍କୁ ଏ ବିଷୟରେ ଜଣେଇବି ବୋଲି ସେ କହିଛନ୍ତି ।
