Screenshot 2026 08 26 162834 2026 08 26 16 28

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ରାଜ୍ୟ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ, ପାପୁଲିକୁ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏଥିରେ କିଛି ଅପରାଧୀ ସଂପୃକ୍ତ ଥିବା ପ୍ରାଥମିକ ଭାବରେ ଜଣାପଡିଛି l ସୋର ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯିବା ସହ ଆକ୍ରମଣକାରୀଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଇପାରେ। ସୁରେନ୍ଦ୍ର ଜେଲ୍ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତାଙ୍କ ଡିଉଟି ସହ ଏହି ଆକ୍ରମଣର କୌଣସି ସମ୍ପର୍କ ଅଛି କି, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଅପରାଧୀମାନଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି।