ବାରିପଦା : ମୟୁରଭଞ୍ଜ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ଏସୋସିଏସନ (ଏମ ପି ଭି ଏ ) ଦ୍ୱାରା ଆଜି ବାରିପଦାଠାରେ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ ହୋଇଯାଇଛି l ବାରିପଦା ସ୍ଥିତ ମା ଅମ୍ବିକା ମନ୍ଦିର ପ୍ରାଙ୍ଗଣରୁ ଦିବା 10ଘଟିକା ସମୟରେ ଏକ ମଟର ସାଇକେଲ ଶୋଭା ଯାତ୍ରା ସହର ପରିକ୍ରମା କରିବାପରେ ସ୍ଥାନୀୟ ଷ୍ଟେସନବଜାରସ୍ଥିତ ବିବାହ ମଣ୍ଡପଠାରେ ପହଞ୍ଚିଥିଲେ l ପ୍ରାୟ 70ରୁ ଉର୍ଦ୍ଧ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ସାରା ଓଡ଼ିଶାର ଚିରପରିଚିତ ବାର୍ଷିୟାନ ସିନେ କଳାକାର ଶ୍ରୀ ଅସିତ ବରଣ ପତି (ଅସିତ ନନା ) ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତାକାଟି ଶୁଭାରମ୍ଭ କରିଥିଲେ l ଏହି ଅବସରରେ ମୟୁରଭଞ୍ଜ ତଥା ବାରିପଦା ର ଚିରପରିଚିତ ସମସ୍ତଙ୍କର ଅତି ପ୍ରିୟ ବାର୍ଷିୟାନ ଫଟୋଗ୍ରାଫର ଶ୍ରୀ ଅନନ୍ତ କୁମାର ବାଗ (ଅନନ୍ତ ଭାଇ ) ଙ୍କୁ ମୁଖ୍ୟଅତିଥି ଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଆୟୋଜିତ ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ଏସୋସିଏସନ ର ସଭାପତି ସଂଜୀବ କୁମାର ଦ୍ବିବେଦୀ, ସମ୍ପାଦକ ଭବାନୀ ଶଙ୍କର ରାମ, କୋଷାଧକ୍ଷ କୌଶିକ ଭକତ, ଉପ କୋଷାଧକ୍ଷ ଜି. ଜାନକୀ ରାମ ପ୍ରମୁଖ ଯୋଗଦେଇ ନିଜ ନିଜର ବହୁ ମୂଲ୍ୟବାନ ବ୍ୟକ୍ତବ୍ୟ ରଖିଥିଲେ l ଯାହାକି ଯୁବ ଫୋଟୋଗ୍ରାଫରମାନଙ୍କୁ ଆଗାମୀ ଦିନ ପାଇଁ ସୁଦୃଢ଼ ହୋଇ କାମ କରିବାକୁ ପ୍ରେରଣା ଯୋଗାଇଥିଲା lଅପରାହ୍ନରେ ବାରିପଦା ର ରଘୁନାଥସ୍ଥିତ ରୋଜମେରୀ ଆବାସିକ ରେ ରହୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ବିତରଣ କରାଯାଇଥିଲା l
