ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଓ ପୋଲିସ ଆର ଆଇ ଆଲୋକ କୁମାର କାନୁନଗୋଙ୍କ ସହଯୋଗରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୋଲିସ ଦଳ ୨-୦ ସେଟରେ ଜିଲ୍ଲା ହୋମଗାର୍ଡ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ସଞ୍ଜୟ ମହାନ୍ତ, ଜଗତ ଜୀବନ ସେଠି, ପୁନିତ ପାଲ, ସୌରଭ ପ୍ରଧାନ, ଅଵ୍ୟଜିତ ମହାନ୍ତି, ବାଦଲ ବିନ୍ଧାଣି ଓ ବସନ୍ତ ନାଏକ ପୁରସ୍କୃତ ହୋଇଥିଲେ I ରାଜେଶ ଦାସ, ଗୌରାଙ୍ଗ ମହାନ୍ତ, ନିରଞ୍ଜନ ନାଏକ, ଚନ୍ଦ୍ରମୋହନ ଦଳେଇ, ରାଜେନ୍ଦ୍ର ନାଥ ନାଏକ ଓ ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଖେଳ ପରିଚାଳନା କରିଥିଲେ I
ଅତିଥି ଭାବେ ଯୋଗଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, ସହ ସମ୍ପାଦକ ଅମ୍ବିକା ରାଉତ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସରଜେଣ୍ଟ ଗୌତମ ପ୍ରଧାନ, ହୋମଗାର୍ଡ ଆର ଆଇ ସରୋଜ କୁମାର ବେହେରା, ହାବିଲଦାର ଓ କନଷ୍ଟେବଳ ସଙ୍ଘ ସଭାପତି ବିକାଶ କୁମାର ବାରିକ, ସମ୍ପାଦକ ସ୍ୱରାଜ କୁମାର ରାଜ, ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ସୁଭାଶିଷ ନାୟକ, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଭାନୁପ୍ରତାପ ଭଞ୍ଜଦେଓ, କ୍ରୀଡା ଶିକ୍ଷକ ନାରାୟଣ ପୋଦାର, ପ୍ରଭାସ ସାହୁ, ଶାନ୍ତିଲତା ଜୀଉ, ହିମାଂଶୁ ରାଜ ଓ ଦୀପକ ମୁଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
