IMG 20260817 WA0174

ସମାଜସେବୀକା ଦୁର୍ଗାମଣୀ ଆଚାର୍ଯ୍ୟଙ୍କ ଦେହାନ୍ତ 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟିର ପୂର୍ବତନ ଉପନଗରପାଳ ତଥା ୧ନଂ ୱାର୍ଡର ପୂର୍ବତନ କାଉନସିଲର ଦୁର୍ଗାମଣୀ ଆଚାର୍ଯ୍ୟ ଆଉ ନାହାନ୍ତି I ଆଜି ଅପରାହ୍ନ ଗୋଟେ ସମୟରେ ୱାର୍ଡ ନଂ ୧ ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I
ମୃତ୍ୟୁ ଖବର ପାଇ ବାରିପଦା ବିଧାୟକ ପ୍ରକାଶ ସୋରେନ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ଉପନଗରପାଳ ସୀମା ଦାସ, ସ୍ଥାନୀୟ କାଉନସିଲର ସୁକେଶିନୀ ସେଠି, ସମାଜସେବୀ କବି ବିଷ୍ଣୁ ଶତପଥି, ପୂର୍ବତନ ଉପନଗରପାଳ ଜୀତେନ୍ଦ୍ର ମହାନ୍ତି, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ଯୁବ ସଭାପତି ଅରୁଣ ବରାଡ଼, ରାଜ୍ୟ ଯୁବ ସମ୍ପାଦକ ସରୋଜ ଶତପଥି, ସ୍ଥାନୀୟ ତଥା ସହରର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ I ପ୍ରକାଶ ଥାଉକି ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଆଧ୍ୟାତ୍ମିକ ଚେତନାର ମହିଳା ଥିଲେ I
କାଉନସିଲର ଓ ଉପ ନଗରପାଳ ଥିବା ସମୟରେ ସ୍ଥାନୀୟ ଅଂଚଳ ସହ ସହରର ବିକାଶ ସହ ଗରିବ ଦୁଃଖୀଙ୍କ ସେବାରେ ନିଜକୁ ନିୟୋଜିତ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ I