9u0bqqtg bengal hotel fire 625x300 17 August

ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ, ୧୧ ଆହତ

ଦେଶ - ବିଦେଶ

କୋଲକାତା: ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି।

ପୋଲିସ ଅନୁଯାୟୀ, ସୋମବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ସକାଳ ସମୟରେ ଅଧିକାଂଶ ଅତିଥି ଶୋଇଥିବା ସମୟରେ ତାରାପୀଠର ଚାରି ମହଲା ବିଶିଷ୍ଟ ହୋଟେଲର ତଳ ମହଲାରେ ନିଆଁ ଲାଗିଯାଇଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା ବେଳେ ଆହତମାନଙ୍କୁ ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା। ତେବେ ହୋଟେଲ ଅଧିକାରୀମାନେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାରାପୀଠ ଏବଂ ରାମପୁରହାଟ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ କିଛି ତୀର୍ଥଯାତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରସିଦ୍ଧ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଆସିଥିଲେ।