Elephant

ଦନ୍ତା ଆତଙ୍କ : ପାଞ୍ଚ ବର୍ଷର ଶିଶୁକୁ କଚାଡି ମାରିଲା

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କରିଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ର ଉପଦ୍ରବ ଲାଗିରହିଛି l ଗତକାଲି ରାତ୍ରୀ ପାଖା ପାଖି 3 ଟା ସମୟରେ ଏକ ଦନ୍ତା ହାତୀ ନେଢୁଆପାଳ ବାମେଇସାହିରେ ପଶି ଜଣଙ୍କର ଘର ଭାଙ୍ଗିବା ସହ ଏକ ପାଞ୍ଚ ବର୍ଷ ର ଶିଶୁ କୁ କଚାଡି ମାରିଦେଇଛି l ମୃତ ଶିଶୁ ହେଉଛି ପୂର୍ଣ୍ଣଚନ୍ଦ୍ର ଲାଗୁରି l ରାତ୍ରୀରେ ଘରେ ଭରତ ଲାଗୁରି ସ୍ତ୍ରୀ ସରସ୍ୱତୀ ଗାଗରାଇ ଏବଂ ତାଙ୍କର ପାଞ୍ଚ ବର୍ଷ ର ପୁଅ ପୂର୍ଣ୍ଣଚନ୍ଦ୍ର ଲାଗୁରି ଶୋଇଥିବା ସମୟରେ ଏକ ଦନ୍ତା ହାତୀ ହଟାତ ଆସି ଘରକୁ ଭାଙ୍ଗିଥିଲା l

ଏହି ସମୟରେ ଶିଶୁ ଟି ହାତୀ ହାବୁଡ଼ରେ ପୋଡ଼ିଯାଇଥିଲା l ତାକୁ ଦନ୍ତା ଶୁଣ୍ଢରେ କଚାଡି ମାରିଦେଇଥିଲା l ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l ଖବର ପାଇ ବିନବିଭାଗ ର କର୍ମଚାରୀ ଘଟଣା ସ୍ଥଳରେ ପହିଁଛିଥିଲେ l ଏଥି ସହିତ ଉକ୍ତ ଅଞ୍ଚଳରେ ହାତୀ ଅନ୍ୟ ଲୋକମାନଙ୍କର ଘରଦ୍ୱାର ମଧ୍ଯ ଭାଙ୍ଗିଥିବାର ଖବର ମିଳିଅଛି l ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ହାତୀମାନଙ୍କୁ ଘୋଉଡାଇବା ସହିତ ମୃତକ ଙ୍କ ପରିବାରଵର୍ଗ ଙ୍କୁ କ୍ଷତିପୂରଣ ପାଇଁ ଦାବୀ କରାଯାଇଅଛି l