IMG 20260812 WA0249

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ହର ଘର ତିରଙ୍ଗା’ ଶୋଭାଯାତ୍ରା

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏଥିରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ  ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳଙ୍କ ସମେତ ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, କର୍ମଚାରୀ, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ, ଏମ୍‌ପିସି ସ୍ୱୟଂଶାସିତ  କଲେଜ, ଏମ୍ ସିଏଏମ୍ କଲେଜ, ବାରିପଦା କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇଥିଲେ । ହାତରେ ତିରଙ୍ଗା ଧରି ଛାତ୍ରଛାତ୍ରୀମାନେ ଦେଶପ୍ରେମମୂଳକ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ
ହି ଅବସରରେ ‘ହର ଘର ତିରଙ୍ଗା’ର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ଯୁବପିଢ଼ିଙ୍କ ମନରେ ଦେଶପ୍ରେମ, ଜାତୀୟ ଏକତା ଓ ଦାୟିତ୍ୱବୋଧ ଜାଗ୍ରତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ପରିସରରେ ଏହି ଶୋଭାଯାତ୍ରା ଦେଶପ୍ରେମର ଉତ୍ସାହ ଓ ଜାତୀୟତାବାଦୀ ଭାବନାରେ ପରିପୂର୍ଣ୍ଣ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଭୂମିକା ବିଶେଷ ଭାବେ ପ୍ରଶଂସିତ ହୋଇଥିଲା ।