IMG 20260811 WA0216

ନିର୍ମାଣାଧୀନ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ଜଣେ ଅଟକ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା   ବିଶୋଇ ଥାନା ଅନ୍ତର୍ଗତ  ବାଢୁଣିଆ ଗ୍ରାମ କଲୋନୀସାହିରେ ଆଜି ଏକ ଅର୍ଦ୍ଧ ନବନିର୍ମାଣଧୀନ ଘର ମଧ୍ୟରୁ  ରକ୍ତଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ବାଢୁଣିଆ କଲୋନୀସାହିର  ଜନୈକ ୪୦ ବର୍ଷୀୟ ଅବିବାହିତା ଯୁବକଶିରିଶ ପଟେଲ  ଓରଫ ମାଳି।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ୍ ନଂ ୧୭୮/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର  ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।ସୂଚନାଯୋଗ୍ୟକି,ବାଢୁଣିଆ କଲୋନିସାହି ଗ୍ରାମରେ ବାପା ମା’ଆ ଛେଉଣ୍ଡ ଶିରିଶ ଦିନ ମଜୁରିଆ କାମ ନଚେତ କୌଣସି ଭୋଜି ଭାତ ହେଲେ ଖଲି ପତ୍ର ଉଠାଇ ନିଜ ପେଟ ପୋଷିଥାନ୍ତି।ଶିରିଶଙ୍କ ନିଜ ବାସଗୃହ ନଥିବାବେଳେ ଗ୍ରାମର କ୍ଲବ ବାରଣ୍ଡା ନଚେତ ଅନ୍ୟ ଲୋକଙ୍କ ଘର ପିଣ୍ଡାରେ ରାତି କଟେ।ସବୁଦିନ ଭଳି ଗତକାଲି ରାତ୍ରି ସମୟରେ ଶିରିଶ ଗ୍ରାମରେ ଅନୁଷ୍ଠିତ ଏକଦଶାହ କାର୍ଯ୍ୟକ୍ରମରେ  ନିଜ କାମ କରି ସାହି ନିକଟରେ ଥିବା ଏକ ନବ ଅର୍ଦ୍ଧନିର୍ମିତ ଘରେ ଶୋଇଥିଲେ।
ତେବେ,ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଶିରିଶଙ୍କ ମୁଣ୍ଡରେ ଗଭୀର କ୍ଷତାକ୍ତ ଥିବା ରକ୍ତ ଜୁଡୁବୁଡୁ ମୃତ ଦେହ ଉକ୍ତ ଘର ମଧ୍ୟରେ ଦେଖିବାକୁ ପାଇଥିଲେ।ପରେ ଉକ୍ତ ଘରର ମାଲିକ ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଖବରପାଇ ରାଇରଙ୍ଗପୁର ଏସ୍.ପି ସୁରେଶ ପାତ୍ର,ରାଇରଙ୍ଗପୁର ଏସ୍.ଡ଼ି.ପି.ଓ ବିରେନ୍ଦ୍ର ସେନାପତି,ବିଶୋଇ ଥାନା ଆଇ.ଆଇ.ସି ସୁବର୍ଣ୍ଣ ବେହେରା, ଏସ୍.ଆଇ ରଶ୍ମିତ ଦାସ ଏବଂ ଏସ୍.ଆଇ ବିବେକାନନ୍ଦ ବେହେରା ସମେତ ପୋଲିସ ଟିମ ସହିତ ଫରେନସିକ ଟିମ ସଦଳେବଳ ମିଶି ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ମୃତକ ଯୁବକର ମୁଣ୍ଡର ପଛପଟ ସ୍ଥାନରେ ଗଭୀର ଆଘାତ ଥିବାବେଳେ ଏହା ଏକ ଯୋଜନାଵଧ୍ୟ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସ୍.ଡ଼ି.ପି.ଓ ଶ୍ରୀ ସେନାପତି ସୂଚନା ଦେଇଛନ୍ତି।ଶିଶିରଙ୍କ ପରିବାରରେ କେହି ନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସରକାରଙ୍କ ପକ୍ଷରୁ ଅନ୍ତିମ ସଂସ୍କାର କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।